Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational Others

2  

Sadananda Sahoo

Inspirational Others

ଦିଅ ପ୍ରଭୁ ଶୁଭ ଆଶିଷ

ଦିଅ ପ୍ରଭୁ ଶୁଭ ଆଶିଷ

1 min
7.5K


ଜଗତର ନାଥ ହୁଅ ହେ ସଦୟ

ବ୍ରହ୍ମା ପ୍ରସାଦକୁ ମୋର

କୋଟି ଆଶୀର୍ବାଦ ଦିଅ ପ୍ରଭୁ ନାଥ

ଆଜି ତା'ଜନମ ବାର !

ମୋ ଆଖି ସପନ ବ୍ରହ୍ମା ମୋର ଧନ

ଏତିକି ଜାଣିଥା' ପ୍ରଭୁ

ଚଲା ପଥ ତା'ର କୁସୁମିତ ହେଉ

କର ଆଶୀର୍ବାଦ ବିଭୁ !

ମୁଁ ମାଆ ରାଜଶ୍ରୀ କରୁଛି ହେ ଅଳି

ଏତିକି କାମନା ମୋର

ସପତ୍ନୀକେ ପୁତ୍ର ହସୁ ନିରନ୍ତର

ବେସୁରା ନ ହେଉ ସ୍ୱର !

ମୋ ବୋହୂ ବିନତି ସାଜୁ ମୋ ସମ୍ପତି

କୁନାକୁ ଆଦର କରି

ମୋ ନାତି ନାତୁଣୀ ମାମୁନୀ ଟୁଇଙ୍କିଲ

ଓଠେ ଦିଅ ହସ ଭରି !

ବ୍ରହ୍ମା ବପା ମୋର ସାଜୁ ହେ କୁବେର

ପୁତ୍ରର ସମୃଦ୍ଧି ଦେଖି

ଅଗଣୀ ର ମଣି ବ୍ରହ୍ମା ଧନ ମଣି

ହଉ ପ୍ରଭୁ ସଦା ସୁଖୀ !

ନୂଆ ଭୁବନର ଏ ଗାନ୍ଧୀ ନଗର

ଭିଟା ମାଟି ଆମ ହସୁ

ଶୁଭ ଅବସରେ ଏ ଜନମ ଦିବସେ

ପ୍ରୀତି ପୁଷ୍ପ ଖାଲି ଭାସୁ !

ସମୃଦ୍ଧି ପରବ ଶୁଭ ଜନ୍ମଦିନ

ଚାଳିଶ ବିଜୟ ଅଦ୍ୟ ;

ଶୁଭ ଆଶୀର୍ବାଦ ଥାଉ ସଦା ନିତ୍ୟ

ଶତାୟୁ ହେଉ ମୋ ପୁତ୍ର !!

ବିଶ୍ୱ ନିୟନ୍ତା ମୁଁ ତୁମରି ଆଶ୍ରିତ

କରିବନି ହତାଦର ;

ପିଲା ପରିବାର ତଵ ହସ ଫୁଲ

ଆହେ ପ୍ରଭୁ ନିରାକାର !!

ମୋର ଜଣେ ସହୃଦୟ ପାଠକଙ୍କ ଜନ୍ମ ଦିବସ ଉପଲକ୍ଷେ କବିତା ଟି କୁ ସମର୍ପଣ କରିଅଛି ; ଜୟ ଜଗନ୍ନାଥ !!

ସଦାନନ୍ଦ ସାହୁ ; କାରା କର୍ମଚାରୀ ;

କେନ୍ଦ୍ରୀୟ କାରାଗାର ; କଟକ ; ଚୌଦ୍ୱାର;


Rate this content
Log in

Similar oriya poem from Inspirational