ତୁମ ଛବି
ତୁମ ଛବି
କାହିଁକି କୁହ, ଦେଖେ ଏଠି ସେଠି ଏଣେ ତେଣେ ତୁମ ଛବି |
ସୂର୍ଯ୍ୟୋଦୟ ଠାରୁ ଦିଶି ଯାଅ , ପୁଣି ଅସ୍ତମିତ ହେବା ଯାଏ ରବି ||
କେବେ ରୋଷେଇ ଘରେ ତ, କେବେ ଦର୍ପଣ ଆଗରେ |
କେବେ ଫୁଲ ବଗିଚାରେ ତ, କେବେ ଛାତ ଉପରେ ||
କେବେ ପାଦ ଚାରଣରେ ତ, କେବେ ଯୋଗାସନରେ |
କେବେ ସୋଫା ଉପରେ ତ, କେବେ ପୂଜା ଘରେ ||
ଗଲାଣି ତ ହାତ ଗଣତିରେ, କେତେ ଯୁଗ ହେଲାଣି |
ଏମିତି ମଝିରେ ମଝିରେ, ଲେଉଟି ଆସ କାହିଁକି ଯେ ପୁଣି ||
ବେଳେ ବେଳେ ଖୋଜେ, ମୁଁ ନିରବତା ଆଉ ଟିକିଏ ଏକାନ୍ତ |
କେହି କେଁଉଠୁ ଆସି ଅଚାନକ, ନକରୁ ମତେ ବିଭ୍ରାନ୍ତ ||
ସେତିକି ବେଳେ କାହିଁ ଦିଶି ଯାଏ, ତୁମ ଛବି ଚାରି ପାର୍ଶ୍ଵେ ମୋର |
ତୁମେ ରହିଲନି, ହେଲେ ମତେ ବଂଚିବାକୁ ଦିଅ ଥରେ ||
ଲୋକ ଜାଣିବାରେ ବଂଚିଛି ମୁଁ, କିନ୍ତୁ ତୁମେ ଜାଣ କ'ଣ ସତ କ'ଣ ମିଛ |
ଆସ ନାହିଁ ଆଉ ଏପରି ଅହରହ, କରିବାକୁ ଦିଅ ଏକା ଏକା ଏ ଜୀବନ ପଥ ଶେଷ ||
-------------------------------------