ନୂଆ ବରଷ
ନୂଆ ବରଷ
ଆସ ଆସ ତୁମେ ନୂଆ ବରଷ
ସଭିଙ୍କ ମୁଖରେ ଦେଇ ହରଷ
ଜୀବନେ ଭରିଦିଅ ଦୃଢ ବିଶ୍ଵାସ
ଦୟା,ଶାନ୍ତି ମୈତ୍ରୀର ପରିପ୍ରକାଶ ।
ଦ୍ଵେଷ,ହିଂସା,କ୍ଲେଶ ଦୂରେଇଣ
ଦେଶର ପ୍ରଗତି ସର୍ବଦା ହୋଇ ଥାଉ
ଶସ୍ୟ ଶ୍ୟାମଳାରେ ହସି ଉଠୁ ଧରଣୀ
ବିତି ଯାଉ ଦିନ ବିତିଯାଉ ମାସ ପୁଣି ।
ଦୂରେ ଯାଉ ଦୁଃଖ କ୍ଳେଶ ଅନୁଭୂତି
ମନରେ ଭରିଦିଅ ଅସୀମ ସାହସ ଶକ୍ତି
ଚର୍ତୁଦିଗେ ବିରାଜିବ ସତ୍ୟ ଏବଂ ଅହିଂସା
ଶୁଭିବନି ଆଉ କେବେ ଆତ୍ତନାଦ, ହିଂସା ।
ଯୁଦ୍ଧ ହେବନାହିଁ ଆଉ ଦେଶେ ଦେଶେ
ଭାଇଚାରା ବନ୍ଧନରେ ଆବଦ୍ଧ ହେଵେ
ସର୍ବେ ବୋଲାଇବେ ଏକ ଇଶ୍ଵର ସନ୍ତାନ
ରଖିବେ ଟେକ ନିଜ ମାତୃଭୂମିର ସମ୍ନାନ ।
ସମସ୍ତଙ୍କ ଚଲା ପଥ ସେତ କୁସୁମିତ ହେଉ
ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସର୍ବଦା ରହୁ
ସ୍ନେହ ଭରିଦେବ ସେତ ସଭିଙ୍କ ମନରେ
ଦୁଃଖ ନ ଆସୁ ଆଉ କାହା ଜୀବନରେ ।
ଏ ବିଶ୍ଵ ଭୂବନ ଏକ ପରିବାର ହେବ
ଏକତା ରଜ୍ଜୁରେ ବାନ୍ଧିଣ ଦେବ
ଅନ୍ୟାୟ ,ଦୁର୍ନୀତି ଦୂରେଇଣ ଯିବ
ରାମ ରାଜ୍ୟ ସେତ ପ୍ରତିଷ୍ଠା ହେବ ।
ଡକ୍ଟର ଝରଣା ଶତପଥୀ