Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Others

4.9  

ବି. ନିରୁପମା

Others

କି ଅପୂର୍ବ ଶୋଭା ଆହା ଲୋ

କି ଅପୂର୍ବ ଶୋଭା ଆହା ଲୋ

1 min
747



କଇଳାସ ପୁରେ ଚାହାଁ ଲୋ,
ମହେଶଙ୍କ ସାଥେ ମାଆ ଲୋ-
ଛନ୍ଦେ ଛନ୍ଦ ତୋଳି,ନାଚୁଛନ୍ତି ମିଳି
କି ଅପୂର୍ବ ଶୋଭା ଆହା ଲୋ ।

ଅଛନ୍ତି ସେ ଏବେ ନୃତ୍ୟରେ ମଗନ,
କରନାହିଁ ତାଙ୍କ ଆନନ୍ଦ ଭଗନ ।
ସରିଲେ କରିବା ଚରଣ ବନ୍ଦନ
କହୁ ପଛେ ନନ୍ଦୀ ଯାହା ଲୋ ।

କଇଳାସ ପୁରେ ଚାହାଁ ଲୋ,
ମହେଶଙ୍କ ସାଥେ ମାଆ ଲୋ-
ଛନ୍ଦେ ଛନ୍ଦ ତୋଳି,ନାଚୁଛନ୍ତି ମିଳି
କି ଅପୂର୍ବ ଶୋଭା ଆହା ଲୋ ।

ମୋ ସାଥିରେ ସଖୀ ଆ'ଆ ତୁ ସଅଳ,
ହର,ଗୌରୀ ପାଇଁ ଗୁଂଥୁଥିବା ମାଳ ।
ଅରଖ,ଦୁଦୁରା,ଚମ୍ପା, କନିଅର
ଆଣିଛନ୍ତି ତୋଳି ଯାହା ଲୋ ।

କଇଳାସ ପୁରେ ଚାହାଁ ଲୋ,
ମହେଶଙ୍କ ସାଥେ ମାଆ ଲୋ-
ଛନ୍ଦେ ଛନ୍ଦ ତୋଳି,ନାଚୁଛନ୍ତି ମିଳି
କି ଅପୂର୍ବ ଶୋଭା ଆହା ଲୋ ।

ବିଶ୍ରାମିଲେ ତାଙ୍କ ଚରଣ ପୂଜିବା,
ଭକତି ଭାବରେ ନାମକୁ ଭଜିବା।
ତାଙ୍କ ଆଜ୍ଞା ହେଲେ ସେବା କରୁଥିବା
ଦେବଙ୍କୁ ଦୁର୍ଲଭ ଯାହା ଲୋ।

କଇଳାସ ପୁରେ ଚାହାଁ ଲୋ,
ମହେଶଙ୍କ ସାଥେ ମାଆ ଲୋ-
ଛନ୍ଦେ ଛନ୍ଦ ତୋଳି,ନାଚୁଛନ୍ତି ମିଳି
କି ଅପୂର୍ବ ଶୋଭା ଆହା ଲୋ ।।

ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in