Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pankajini Upadhaya

Others

3  

Pankajini Upadhaya

Others

ଶିଶୁ ସକାଳ

ଶିଶୁ ସକାଳ

1 min
7.1K


ଶିଶୁ ସକାଳଟି ଶିଶିରରେ ଭରା

ଆଖି ମିଟି ମିଟି କରୁଛି

ଘନର ବାଦଲ ଘୋଡାଇ ରଖିଛି

ବର୍ଷା ଟିପି ଟିପି ପଡୁଛି।

ସଦ୍ୟଜାତ ସତ୍ୟ ଦୁନିଆ ଦେଖିନି

ଅନ୍ଧାରରେ ସ୍ଵପ୍ନ ଦେଖୁଛି

କଳ୍ପନାର ନେତ୍ର ଜୀବନର ସୂତ୍ର

ଆଶାର ଆଲୋକ ଜାଳୁଛି।

ମହରମ ପର୍ବ ଆଲ୍ଲା ଆକବର

ଶବଦ କାନରେ ପଡୁଛି

ଆଖି ନ ଖୋଲିକି ଅନୁଭବ ତା'ର

କୃଷ୍ଣଙ୍କ ନାମକୁ ଧ୍ୟାୟୁଛି।

କୃଷ୍ଣ ଆଲ୍ଲା ରାମ ରହିମ କାଳିଆ

ସବୁ ଏକାଏକା ଲାଗୁଛି

ଶିଶୁ ମନ ତା'ର ନାହିଁ ତ ବିଚାର

ଧର୍ମରେ ବିଭେଦ ରହୁଛି।

ଜଗନ୍ନାଥ ଦେବ ମନ୍ଦିରରେ ଘଣ୍ଟ

ଆଳତିର ଧ୍ବନି ଶୁଭୁଛି

ହାତ ଟେକି ସିଏ ପ୍ରଣାମ କରୁଛି

ହୃଦୟ ଦ୍ଵାରରେ ନାଚୁଛି।

ଶୁଭ ଶୁଭ ଲାଗେ ଶିଶୁର ବେଳାଟି

ଅମୃତ ମନରେ ଭରିଛି

ଆଖି ଖୋଲିଲେ ସେ କ'ଣ ଦେଖିବ

ଏଇ କଥା ମନେ ଭାବୁଛି।

ଦରୋଟି ଓଠରୁ ହସତା ଫୁଟୁଛି

ସ୍ଵପ୍ନର ସାଗରେ ଭାସୁଛି

ସରଳ ମନଟି ଗରଳ ପିଇନି

ଅମୃତରେ ମଗ୍ନ ରହିଛି।

ସବୁ ପବିତ୍ରତା ବହନ କରିକି

ପବିତ୍ର ପବିତ୍ର ବାସୁଛି

ଭାବୁଅଛି ଆଲ୍ଲା ସେ ଜଗାକାଳିଆ

ଧରାପରେ ଦେଖ ଆସୁଛି।


Rate this content
Log in