Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Inspirational Abstract

2.5  

Mamatamanjari Das

Inspirational Abstract

କବିତା ଗୋ

କବିତା ଗୋ

1 min
6.6K


କବିତା ଗୋ

ତୁମେ ମୋ ଖିଆଲି ମନର ଅଭିଳାଷା

ମୋ ଏକାନ୍ତ ପଣର ପ୍ରୀତି ଭାଷା

ତୁମ ଛନ୍ଦେ ଛନ୍ଦେ ଭରେ ମୋ ପୁଲକ

ତୁମ ସହ ରୁହେ ଏକା ଏକା ।

ତୁମେ ମୋ ଦରଦୀ ହୃଦର ବନ୍ଧୁଟିଏ

ତୁମେ ବୀଣାର ତାରରେ ସୁରଟିଏ

ତୁମେ ମୋ ଏକାନ୍ତ ପଣର ସାଥୀଟିଏ

ମୋ କଲମ ମୁନରେ ଆସିଯାଅ

ଯେବେ ଦୁନିଆକୁ ମୁଁ ଭୁଲିଯାଏ ।

କବିତା ଗୋ ,,,,

ତୁମେ ମୋ ଏକଲା ପଣର ସାଥୀଟିଏ

ମୋ କଲମେ ଭରି ସୁଗନ୍ଧ

ତୁମରି ଝରିଯାଅ ଯେବେ କାଗଜରେ ମୋହି ନିଅ

ମୋର ଅନ୍ତର ଆତ୍ମାକୁ ଲେଖେ

ମୁଁ କବିତା ଅକ୍ଳେଶରେ ।

କବିତା ଗୋ ,,,,

ଭର ଯେବେ ହୃଦେ ପ୍ରୀତିମୟ ବାସ୍ନା

ଲେଖେ କେତେ ପ୍ରେମ କବିତା ପୁଣି

କେତେବେଳେ ଝରିଯାଅ

ତୁମେ ନିର୍ମଳ ଭାବରେ ଲେଖେ

କିଛି ସମାଜ ସଚେତନତା ।

କବିତା ଗୋ ,,,,

ତୁମେ ଚାଲି ଗଲେ

ଉଦାସୀ ମନଟା ହୋଇଯାଏ ଏକା

ଏକା ଲେଖିଚାଲେ ଖାଲି ହୃଦୟ ବେଦନା

ଯାହା ହୁଏ ବୁକୁ ଫଟା ।

କବିତା ଗୋ ,,,,

ମୋତେ ଛାଡି ଚାଲି ଯାଅ ନାହିଁ

ମୋ ବାକି ଜୀବନଟା ପାଇଁ

ଭରିଦିଅ ରଙ୍ଗ ମୋ ଲେଖନୀ ମୁନରେ

ମୋ ବାକି ଜୀବନଟା ପାଇଁ ।

◆ମମତା ମଞ୍ଜରୀ ଦାସ,ବାଲିସାହି,କଟକ◆


Rate this content
Log in

Similar oriya poem from Inspirational