Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

3  

Sadananda Sahoo

Inspirational

ରଥ ପଥ ଜଗନ୍ନାଥ

ରଥ ପଥ ଜଗନ୍ନାଥ

1 min
14.2K


ଚିର ହସ ଫୁଲ ଅଶେଷ ବିଭବ

ରଥ ପଥ ଜଗନ୍ନାଥ ;

ନିଅାରା ପରବ ଏ ସୃଷ୍ଟି ର ମହକ

ଧନ୍ୟ ତୁମେ ବିଶ୍ୱନାଥ !!

ସାରା ପୃଥିବୀରେ ତୁମ ରଥ ଗଡ଼େ

ବିଜୟର ଧ୍ୱନି ଗାଇ ;

ଭାବ ବନ୍ଧନରେ ପ୍ରୀତି ପରଶରେ

ଭକ୍ତ ମନ ନିଅ ମୋହି ;

ଶ୍ରୀକ୍ଷେତ୍ର ନିବାସୀ ଉତ୍କଳର ସାଥୀ

ତୁମ ପରି କେହି ନାହିଁ !!

ବିଧି ବ୍ୟବସ୍ଥାର ତୁମେ ନୀୟମାଙ୍କ

ପ୍ରଥା ପରମ୍ପରା କର୍ତ୍ତା ;

ବାରମାସେ ତେର ପରବ ତୁମର

ଏ ଜଗତ କୁ ଦିଅ ବାର୍ତ୍ତା !!

ସମୃଦ୍ଧି ପରବ ରଥଯାତ୍ରା ସତ୍ୟ

ରଥାରୂଢ଼ ହୁଅ ପ୍ରଭୁ ;

ସଙ୍ଗତରେ ଭ୍ରାତା ଭଗିନୀ ଶୁଭଦ୍ରା

କୃପାମୟ ତୁମେ ବିଭୁ !!

ରତ୍ନସିଂହାସନୁ ଆସହେ ଓହ୍ଲେଇ

ପତିତ ଭକତ ପାଇଁ ;

ଆହାକି ହୃଦୟ ହେ କଳାଠାକୁର

ହୃଦୟ କୁ ଦିଅ ଛୁଇଁ !!

ବଡଦାଣ୍ଡେ ଭିଡ ତିନି ରଥ କୋଳ

ଜଗତେ ପଡଇ ହୁରି ;

କୋଟି ଭକ୍ତ ମୁଖେ ତଵ ନାମ ଭାସେ

ଜୟ ଜୟ ତୁମ୍ଭେ ହରି !!

ଘଣ୍ଟ ହୁଳହୁଳି ମୃଦଙ୍ଗ କାହାଳୀ

ପ୍ରକମ୍ପିତ ହୁଏ ବିଶ୍ୱ ;

ରଥ ଚକ ଗଡ଼େ ଭକତ ହସ୍ତରେ

ତୁମ କୃପା ବଳେ ସତ !!

ପୁରାଣେ ବର୍ଣ୍ଣିତ କହାଣୀ ପ୍ରତୀତ

ଅଲିଭା ସ୍ମୃତିର ଗାଥା ;

ଦାସିଆ ନଡ଼ିଆ ତୁମକୁ ବଢିଆ

କରିଥିଲ ପ୍ରୀତି ଶ୍ରଦ୍ଧା !!

ବନ୍ଧୁ ମହାନ୍ତିର ଥିଲହେ ପ୍ରିୟର

ଅତ୍ମା କଲ ତା'ର ତୃପ୍ତି ;

ଅବଢା ବ୍ୟଞ୍ଜନ ଦେଲ ହସ୍ତେପୁଣ

ଲଭିଲା ସେପୁଣ୍ୟ ଶାନ୍ତି !!

ଭକ୍ତ ସାଲବେଗ ଜାତିରେ ଯବନ

ଆହାକିତା'ଭକ୍ତି ଭାବ ;

ଯୋଜନ ଦୂରରୁ ଡାକିଲା ତୁମକୁ

ଅଟକିଲା ନନ୍ଦିଘୋଷ !!!

ଜୟ ଜଗନ୍ନାଥ ଜଗତର ନାଥ

ଜନ୍ମବେଦୀ ଭାବପ୍ରୀତି ;

ବରଷକେ ଥରେ ଯାଅ ସରାଗରେ

ମାଉସୀ ଘରକୁ ହସି !!!

ପୋଡ଼ପିଠା ଖାଇ ଆସ ପ୍ରଭୁ ଫେରି

କର୍ମବେଦୀ ଅଭିମୁଖେ ;

ରଥେ ରଥ ଯାତ୍ରା ରଥରେ ବାହୁଡା଼

ଏ ଜଗତ ଟା ଥାଉ ସୁଖେ !!


!!!!Y!!!!!!!!!!!!!!!!!!!!!!!!!!!!!!!!!?!!!!!!?!!!!!!?!!!!!!!?ସଦାନନ୍ଦ ସାହୁ ;

କାରାକର୍ମଚାରି;

କେନ୍ଦ୍ରୀୟ କାରାଗାର ;କଟକ; ଚୌଦ୍ୱାର








Rate this content
Log in

Similar oriya poem from Inspirational