ବୃକ୍ଷ
ବୃକ୍ଷ
କେତେ ଘାତ ପ୍ରତିଘାତକୁ ସହିଛି
ମାଟି ଭିତରେ ଅସ୍ତିତ୍ଵ
ଗଗନକୁ ଛୁଇଁବାର ପ୍ରୟାସ
କେବେ ହାରି ଯାଇନି
ନିଦାଘର ପ୍ରତାରଣା ପରେ ବି
ସଦା ବସନ୍ତର ଅପେକ୍ଷା କରିଛି
ସହନଶୀଳତା ଶିକ୍ଷା ଦେଇଛି ।
ଶାଖା ପ୍ରଶାଖା ମେଲେଇଛି
ନିଜ କାୟା ବିସ୍ତାରିଛି
ପଥିକକୁ ଛାୟା
ବାୟୁମଣ୍ଡଳକୁ ଅମ୍ଳଜାନ ଦେଇଛି
ବଦଳରେ କିଛି ଚାହିଁନି
ନିସ୍ଵାର୍ଥପରତା ଶିଖେଇଛି ।
ରଙ୍ଗ ବେରଙ୍ଗର ଫୁଲ ଫୁଟିଛି
ସୁଗନ୍ଧ ଚତୁର୍ଦ୍ଦିଗେ ବିଛାଇଛି
ମଧୁପର ମନ ହରିଛି
ସମ୍ବାଳୁଆକୁ ପ୍ରଜାତିରେ ରୂପାନ୍ତରିତ
ହେବାକୁ ପ୍ରେରଣା ଦେଇଛି
ବଦାନ୍ୟତାର ଉଦାହରଣ ହେଇଛି ।
ମିଠା ରସୁଆଳ ଫଳ ଫଳିଛି
ପକ୍ଷୀ ମନୁଷ୍ୟର ତୃଷା ହରିଛି
ବଦଳରେ କିଛି ଚାହିଁନି
କେବଳ ପ୍ରେମ ବାଣ୍ଟିଛି
ପାଳନକର୍ତ୍ତା ଦ୍ବିତୀୟ ଈଶ୍ୱର ସାଜିଛି ।
ବସ୍ତ୍ର ବାସ ପାଇଁ ପତ୍ର ଡାଳ ଦେଇଛି
ତଥାପି ଅହଂକାର କରିନି
ଆପାଦମସ୍ତକ ସେବାରେ ଲାଗିଛି
ଆହା ପଦେ ନକହି
ଜନ କଲ୍ୟାଣରେ ଲାଗିଛି
ସମର୍ପଣ ଭାବ ଶିଖେଇଛି ।