Audio

Forum

Read

Contests

Language


Write

Sign in
Wohoo!,
Dear user,
ମନ ୠତୁମତୀ
ମନ ୠତୁମତୀ
★★★★★

© Abhiram Sahoo

Romance

1 Minutes   6.9K    15


Content Ranking


ଜୀବନେ କାହାକୁ ଦିନେ ଭଲପାଇ ନାହିଁ

କାହାପାଇଁ ଆଖିରୁ ମୋ ଲୁହ ଝରିନାହିଁ ॥


କାହାକୁ କରିନି ପର କି ଅବା ନିଜର

ମୋ ପାଇଁ କିଏ ସେ କଣ୍ଟା କିଏ ଅବା ଫୁଲ

ଖୋଜିନି ଦିନେ ମୁଁ କେଉଁ ମଲ୍ଲୀର ମହକ

କେଉଁ ସପନରୁ କେବେ ପାଇନି ପୁଲକ

ମନର ଦୁଆର କେବେ

ଖୋଲିନି କା'ପାଇଁ ॥


ୠତୁପରେ ୠତୁ ଆସି ଫେରିଗଲା ପରେ

ମନ କିଆଁ ୠତୁମତୀ ହୁଏ ବେଳେବେଳେ

ଏବେ ମୋ ଭିତରେ କିଏ ଖେଳେ ଲୁଚକାଳି

ସିଧା ଚାଲୁଚାଲୁ ଭେଟେ କେତେ ନୂଆ ଗଳି

ଉଆଁସ ରାତି ମୋ ଲାଗେ

ପୂନେଇଁ ପୂନେଇଁ ॥

ମନ ୠତୁମତୀ ଫୁଲ ପୂନେଇଁ

Rate the content


Originality
Flow
Language
Cover design

Comments

Post


Some text some message..