ମାଓ
ମାଓ
ମାଓ
ସୌମ୍ୟଜିତ୍ ପଣ୍ଡା
ପୋଛିଦିଅ ସବୁ ଲୁହ
ନହେଲେ ପିଇଦିଅ ସବୁତକ
କିଛି ନହେଲା ନାହିଁ ଓଠର ଶୋଷ ତ ମରିବ,
ସେଇଟା ତ ତୁମ ପାଇଁ
ଶହେ ଜନମ ଅପେକ୍ଷାର ଫଳ ।
ଏଇଥି ପାଇଁ ଧାଇଁଥିଲ ନା
ମାୟାବିନୀ ରାତ୍ରିଚର ପରି
ଦୂରନ୍ତ ମରିଚିକା ଦିଗ୍ବଳୟ ଯାଏଁ,
ମୁଁ ବି ତ ଧାଇଁଥିଲି ତୁମ ସାଥେ
ସବୁଥର ଉନ୍ମତ ପ୍ରାୟ ହେଇ ।
କାହିଁ ମୋତେ ତ ମିଳିଲାନି କିଛି,
ତୁମକୁ ମିଳିଛି... ପିଇ ନିଅ,
କାଳେ ପୁଣି ନମିଳିବ ପରେ ।
ଅମୃତ ଫଳକୁ ଦାନ କରିଦେଲ ଅପାତ୍ରରେ
ଖୋଜିଲେ ତାକୁ ପାଇବ, କେଉଁ ଗଣିକାର ବାସର କୋଠିରେ,
ଏକ ରକ୍ତାକ୍ତ ପିଆଲା ଭିତରେ ।
ସେ ରକ୍ତ ଝରିବା ଆଗରୁ
ପଚାରିବ ଗୋଟିଏ ପ୍ରଶ୍ନ,
କ'ଣ ପାଇଲ ମୋତେ ଝରାଇ,
ଧର୍ମ, ସ୍ୱାଧିନତା ନା ହିଂସା ?
••••