Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abhakanta

Others

2  

Abhakanta

Others

ଚାଲରେ ବାଟୋଇ ଚାଲ

ଚାଲରେ ବାଟୋଇ ଚାଲ

1 min
6.8K


ଚାଲରେ ବାଟୋଇ ଚାଲ

 

ଆଭାକାନ୍ତ ମହାନ୍ତି

 

ଚାଲରେ ବାଟୋଇ ଚାଲ        ଜଳାଇ ଜାତି-ମଶାଲ

       ଚାଲିବା ତ ଜୀବନରେ ଜଡ଼ା

ଚାଲିବା ପଥ ବନ୍ଧୁର             ଘୋଟିଛି ଘନ ଅନ୍ଧାର

       ବେଳ ନାହିଁ ଡରି ହେବୁ ଛିଡ଼ା

       ବାଟୋଇରେ... ବାଟୋଇ

       ଭୁଲିବାକୁ ହେବ ଶ୍ରମପୀଡ଼ା । ୦ ।

 

ଚାଲୁଛି ଜୀବନ ଜଡ଼             ଚାଲନ୍ତି ବି ଛୋଟ-ବଡ଼

       ଚାଲେ ସମୟଟି ଅବିରଳ

ସମୟ-ଶୃଙ୍ଖଳେ ଗୁନ୍ଥା            ରବି, ଚନ୍ଦ୍ର, ତାରା ପେନ୍ଥା

       ସହଜ ବୁଝାରେ କହୁ କାଳ

       ବାଟୋଇରେ... ବାଟୋଇ

       ଚାଲିକୁ ରୋକିବ କା'ର ବଳ ! । ୧ ।

 

ଯଦି ନ ହୋଇବ ଠିଆ           କିଆଁ ଜାଳି ଅହଂ-ନିଆଁ

       ଠକିଚାଲିଛେ ନିଜକୁ ନିଜେ

ସ୍ୱୟେଂ ଶ୍ରେଷ୍ଠ ବୋଲି ମାନି             ତେଜିଦେଇ ସ୍ୱାର୍ଥ-ଧୂନି

       ସଦା କରୁଛେଁ ଅନ୍ଧାରୀ ବିଜେ

       ବାଟୋଇରେ... ବାଟୋଇ

       ଚିନ୍ତି ଚିହ୍ନ କର୍ମକୁ ସହଜେ । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in