Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pravat Kumar Nayak

Others Tragedy

3  

Pravat Kumar Nayak

Others Tragedy

ଏଇତ ଜୀବନ

ଏଇତ ଜୀବନ

1 min
6.1K




ଜୀବନର ଅଙ୍କା ବଙ୍କା ଚଲାପଥେ

କିଛି ମୁହଁ ଚିହ୍ନା ଲାଗେ

ପୁଣି କିଛି ଯେ ଅଚିହ୍ନା ,

କେବେ କେବେ ପ୍ରୀତିର ପାର୍ବଣ ନାଚେ

କେବେ ପୁଣି ମିଳେ ପ୍ରତାରଣା.... (୧)

ତଥାପି ମଣିଷ ଚାଲେ

ଅତିକ୍ରମ କରି କେତେ

ବନ ରାଜି ଫୁଲର ଫଗୁଣ ,

କେବେ ପୁଣି ଚାଲିବାକୁ ହୁଏ

ଅମଡା ରାସ୍ତାରେ

କଙ୍କରିଳ କଣ୍ଟକିତ ବନ......(୨)

ଜୀବନର ଦ୍ୟୁତକ୍ରୀଡା ବାର ବାର

ହାରି ସୁଧା , ପୁଣି ଖେଳିବାକୁ

ମନ ଚାହୁଁ ଥାଏ ,

ମୃତ୍ଯୁର ପାଚେରୀ ଡେଇଁ

ଆଉଟିକେ ଜୀଇବାକୁ

ଏଇ ମନ ଆଶା ବାନ୍ଧୁଥାଏ......(୩)

ବ୍ୟତିବ୍ୟସ୍ତ ମନ ତା'ର ଘୁରିବୁଲେ

ଯନ୍ତ୍ରଣାର ଚକ୍ରବ୍ୟୁହେ

ଜ୍ବଳନର ଘୂର୍ଣ୍ଣି ବଳୟରେ ,

ପୁଣି ନିଜକୁ ବିବ୍ରତ କରେ

କଷୁଥିବା ଅଛିଣ୍ତା ଅଙ୍କରେ ....(୪)

କାମନା ବାସନାର ନୀଳମାୟା

ତା'କୁ ପ୍ରଲୋଭିତ କରେ ବାର ବାର ,

ମାୟଛନ୍ନ ମନ ଭୁଲେ

ଏଇ ଜୀବନ ନସ୍ବର...! ...(୫)

ପୁଣି ଭୁଲେ ମୃତ୍ଯୁ ତାକୁ ନିବିଡ଼ ଅାଶ୍ଲେଷେ

ଦିନେ ଦେବ ଆଲିଙ୍ଗନ ,

ମାୟା ମୋହ ସଂସାର ଏ ଜାଣି ସୁଧା

ସବୁ ମୋର ମୋର କହୁଥାଏ ମନ...

ବନ୍ଧୁ ଏଇତ ଜୀବନ...! (୬)



ପ୍ରଭାତ କୁମାର ନାୟକ

ମଧୁପୁର , ଭଦ୍ରକ , ଓଡିଶା


Rate this content
Log in