Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ambika Swain

Inspirational

2  

Ambika Swain

Inspirational

ଆହେ ମହାବାହୁ

ଆହେ ମହାବାହୁ

1 min
6.7K


ଆହେ ମହାବାହୁ କାଳିଆ ସାଆନ୍ତ

କି ବିସ୍ମୟ ରୂପାନ୍ତର

ଭାଈ ଭଗିନୀ ଙ୍କ ସାଥେ ବସିଅଛ

ରତ୍ନ ବେଦୀ ର ଉପର ।୧।

ତୁମ ଆକର୍ଷଣ ନେତ୍ର ଯୁଗଳରେ

ମୋହି ନିଅ ଭକ୍ତ ମନ

ତୁମ ବିସ୍ତାରିତ ମହାବାହୁ ତଳେ

ରଖ ଆହେ ପ୍ରାଣଧନ ।୨।

ପତିତ ଉଦ୍ଧାର ଜୀବନ୍ତ ଠାକୁର

କିଏ ତୁମ ପରି ହେଵ

ପରାଣ ର କର୍ତ୍ତା ବ୍ରହ୍ମ।ଣ୍ଡ ଈଶ୍ଵର

ତୁମେ ମୂର୍ତ୍ତି ମନ୍ତ ଦେବ ।୩।

ତୁମ ପରି ଦେବ ନାହିଁ ଏ ସଂସାରେ

କିଏ ବା ବୁଝିବ ମର୍ମ

ଜଗତର ଜନ ତୁମରି ସନ୍ତାନ

ଏହା ତ ସବୁରି ଧର୍ମ ।୪।

ତୁମ ଶ୍ରୀପୟରେ ଅଧମ ସନ୍ତାନ

କରୁଅଛି ନିବେଦନ

ସଂସାର ର ଦୁଃଖ ଶୋକ ହରିନିଅ

ସୁଖରେ ରୁହନ୍ତୁ ଜନ ।୫।


ଅମ୍ବିକା ସ୍ଵାଇଁ


Rate this content
Log in

Similar oriya poem from Inspirational