Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LAXMAN KUMAR BEHERA (ଯତି)

Inspirational Others

2  

LAXMAN KUMAR BEHERA (ଯତି)

Inspirational Others

ଯତି ବଚନ

ଯତି ବଚନ

2 mins
7.1K


ପଣ୍ଡିତେ ଜ୍ଞାନ ଅର୍ଜିବେ

ଅନ୍ୟାୟ କର୍ମେ ମାତିବେ

ଯତି ବୋଲେ ସତ୍ୟ ଯେ',

ସମାଜ କଲ୍ୟାଣେ ମନ

ଲଭିବ ବୈକୁଣ୍ଠେ ସ୍ଥାନ

ଜୀବେ ଜାଣି ଥାଅ ଯେ' । ।। ୨୧ ।।

ସଦା ଯା' ସତ୍ୟ ବଚନ

ମିଥ୍ୟା ତିଳେ ନାହିଁ ଜାଣ

ଅମର ରହିବ ଯେ'

ଧନ ଜନ ଯଉବନ

କାଳ ବକ୍ଷେ ହୁଏ ଲୀନ

ଜୀବେ ଜାଣି ଥାଅ ଯେ' । ।। ୨୨ ।।

ଜ୍ଞାନ ଚର୍ଚ୍ଚା ଜ୍ଞାନୀ କରେ

ଅଜ୍ଞାନ ଯେ' ନିନ୍ଦି ମରେ

ଗର୍ବ କଲେ ଖର୍ବ ଯେ',

ପ୍ରାଣୀ ସେବା ଯେହୁ କରେ

ନାରାୟଣ ତା' ଅନ୍ତରେ

ଜୀବେ ଜାଣି ଥାଅ ଯେ' । ।। ୨୩ ।।

ପର ଆପଣା ଯେ' ଭାବେ

ଉନ୍ନତି ନୋହିବ କେବେ

ପାପେ ଲୀନ ହେବ ଯେ',

କନ୍ୟା, ବିଦ୍ୟା, ରକ୍ତ ଦାନ

ତ୍ରିଦାନ ମହତ ଦାନ

ଜୀବେ ଜାଣି ଥାଅ ଯେ' । ।। ୨୪ ।।

ପଶୁ ପକ୍ଷୀ କଲେ ବଧ

ଆପଣେ ସାଜିବ ବେଧ

ଖୋଲା ଅହି ନର୍କ ଯେ',

ମନ ନିରିମଳ ଯହିଁ

ଗାଡିଆ ଯେ' ଗଙ୍ଗା ହୋଇ

ଜୀବେ ଜାଣି ଥାଅ ଯେ' । ।। ୨୫ ।।

ଜୀବ ଜାତି ଭେଦଭାବ

ଉଚ୍ଚ ନୀଚ୍ଚ ଅହଂ ଗର୍ବ

ଅତି ଲୋଭେ ମୃତ୍ୟୁ ଯେ',

ମିଛ ମାୟା ଏ ଜଗତ

ମିଛ ନୁହେଁ ସ୍ବରକତ

ଜୀବେ ଜାଣି ଥାଅ ଯେ' । ।। ୨୬ ।।

ଶ୍ଵାନ ସ୍ଵାମୀ ପୂଜା କରେ

ସମ୍ପତ୍ତି ରକ୍ଷକ ଘରେ

ସ୍ଵାର୍ଥ ସିଦ୍ଧି ପାଇଁ ଯେ',

ଆପଣାକୁ ସାତପର

ସାତପରକୁ ନିଜର

ସ୍ଵାର୍ଥେ ନର ଚିନ୍ତେ ଯେ' । ।। ୨୭ ।।

ଟଙ୍କା ପାଇଁ ଚୋରିଦାରୀ

ହଣା କଟା ଶିଶୁ ବିକ୍ରି

କଳିଯୁଗ କହେ ଯେ',

ଦେବାଦେବୀ ନ ପୂଜିବେ

ପାପକୁ ସର୍ବେ ଖୋଜିବେ

ଜୀବେ ଜାଣି ଥାଅ ଯେ' । ।। ୨୮ ।।

ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)

କବି କୁଟୀର,ଦଣ୍ଡାସିଂହା, ବାରକୋଟ

ଦେବଗଡ (ଓଡିଶା)

ମୋ-09668242720


Rate this content
Log in

Similar oriya poem from Inspirational