Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Classics Drama

5.0  

ବି. ନିରୁପମା

Classics Drama

ଅହଙ୍କାର କଲ ଭଗ୍ନ

ଅହଙ୍କାର କଲ ଭଗ୍ନ

1 min
462



ଦେବରାଜ ବୋଲି ଥିଲା ଯା' ବଡ଼ିମା

ତୁମରି କୃପାରୁ ତାହା

ହେ ଗୋବିନ୍ଦ ଆଜି ଅପସରି ଗଲା

ହୁଅ ନାଥ ମୋତେ ସାହା ।


ତୁମେ ଏ ଅଖିଳ ବିଶ୍ୱର ନାୟକ

ଆସିଅଛ ଅବତରି ,

ଏଇ କଥାଟିକୁ ବୁଝିପାରିଲିନି-

ତେଣୁ ହେଲି ଏତେ ସରି ।


ମୁଁ ଦେବେନ୍ଦ୍ର ବୋଲି ଥିଲା ଅଭିମାନ

କିନ୍ତୁ ତା' ତୁମରି ଦୟା ,

ଗୋପାଳ ବେଶଟି ବହିଅଛ ନାଥ

ସୃଷ୍ଟି ହିତେ କରି ମାୟା ।


ସୁରଭି ମାତାଙ୍କ ସଙ୍ଗତେ ଆସିଛି

ଦୋଷାଦୋଷ କର କ୍ଷମା ,

ତୁମ ଅଭିଷେକ କରିବି ମୁଁ ଏବେ

ନିରାଶ ନ କର ଜମା ।


ପାରିଜାତ ଆଉ ଗଙ୍ଗାନୀର ସହ

ସୁରଭିଙ୍କ ପୟୋଜଳେ,

ଗୋରୁଙ୍କର ଇନ୍ଦ୍ର ଯେଣୁଟି ଗୋବିନ୍ଦ

ନାମ ଦେଲି ମହୀ ତଳେ ।


ବିଦ୍ୟାଧର ଆଉ ଦେବର୍ଷି ଅଛନ୍ତି

ତୁମ ବନ୍ଦନାରେ ମଗ୍ନ ,

ପ୍ରସନ୍ନ ମୁଁ ଅତି ଆହେ ବିଶ୍ଵପତି

ଅହଙ୍କାର କଲ ଭଗ୍ନ ।।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in