Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଗୀତ ଫୁଗୁଣର

ଗୀତ ଫୁଗୁଣର

1 min
6.6K


ଅଶୋକ କୁମାର ହରିଚନ୍ଦନ

ମୁଠାମୁଠା ରଙ୍ଗ ବିଞ୍ଚିଦେଇଗଲା

ଫୁଗୁଣ ଧରାକୁ ଆସି ,

ଲୁଚିଲୁଚି ଏବେ ପତର ଉହାଡେ

କୋଇଲି ଗଲାଣି ବସି ,

ଗୀତ ଗାଏ କୁହୁକୁହୁ

ଏମିତି ମଧୁର ତା’ କଣ୍ଠର ସ୍ୱର ,

ସତେ ମିଠାମିଠା ମହୁ ।

ଦୋଳ ଯାତରାରେ ବିମାନରେ ବସି

ଠାକୁର ଯାଆନ୍ତି ବୁଲି ,

ରଙ୍ଗର ପସରା ବାଣ୍ଟିବାଣ୍ଟି ଏବେ

ଆସି ବି ଗଲାଣି ହୋଲି ,

ସଭିଏଁ ହୁଅନ୍ତି ଖୁସି

ଇନ୍ଦ୍ରଧନୁ ସତେ ସବୁ ରଙ୍ଗ ଧରି ,

ଆକାଶୁ ପଡୁଛି ଖସି ।

ଯୁଇ ଜାଇ ହେନା ତମାଳ କେତକୀ

ହସନ୍ତି ପାଖୁଡା ମେଲି ,

ମଳୟ ପରଶେ ବଉଳର ପେନ୍ଥା

ଆନନ୍ଦରେ ଯାଏ ଝୁଲି ,

ଦିଶଇ ସୁନ୍ଦର ଶୋଭା ,

ଧରାକୁ ଏମିତି ଆସିଲେ ଫଗୁଣ

ହୋଇଯାଏ ମନଲୋଭା ।


Rate this content
Log in

Similar oriya poem from Classics