Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Inspirational

3  

Raja Sekhar CH V

Inspirational

ପ୍ରବଞ୍ଚନା

ପ୍ରବଞ୍ଚନା

1 min
181


ଆଜିର ଦୁନିଆରେ ସାଧାରଣ ହୋଇ ଗଲାଣି ପ୍ରବଞ୍ଚନା,

ପ୍ରତି ପରିବେଶରେ ଅନ୍ତର୍ଭୁକ୍ତ ହୋଇ ସାରିଲାଣି ପ୍ରତାରଣା |୧|


ଜଣା ପଡୁ ନାହିଁ କାହାକୁ ଭାବିବେ ନିଜର,

ସମସ୍ତଙ୍କ ପ୍ରତି ରଖିବାକୁ ହେବ ସତର୍କ ନଜର |୨|


ମାତା ପିତା ଗୁରୁ ଗୁରୁଜନ ସଦା ବିଶ୍ୱସନୀୟ,

ତାଙ୍କ ନିଃସ୍ୱାର୍ଥ ସ୍ନେହ ସଦ୍ଭାବ ସର୍ବଦା ପୂଜନୀୟ |୩|


ଶକୁନି ଦୁର୍ଯ୍ୟୋଧନ ଥିଲେ ବିରକ୍ତିକର ବଞ୍ଚକ,

ନୂତନ ବିପଦପୂର୍ଣ୍ଣ ଷଡ଼ଯନ୍ତ୍ର ରଚିବାର ଥିଲେ ପପିସ୍ତା ଚରିତ୍ରହୀନ ଆୟୋଜକ |୪|


ଅର୍ଥନୀତିରେ ସଦା ରୁହନ୍ତୁ ଅତ୍ୟନ୍ତ ସାବଧାନ,

ଧନ ନେଇ ପରିଚିତ ଯେ ବଢ଼େଇ ପାରନ୍ତି ଫେରସ୍ତ କରିବାର ବ୍ୟବଧାନ |୫|


ରାଜନେତା ପାଇଛନ୍ତି ଯେ ପ୍ରବଞ୍ଚନା କରିବାର ଦୁର୍ବୁଦ୍ଧି,

ଦଳ ବଦଳ କରି କରି ହରେଇ ସାରିଲେଣି ବିଚାରଧାରାରେ ଶୁଦ୍ଧି ଅଭିବୃଦ୍ଧି |୬|


ଜନାର୍ଦ୍ଦନ ଜଗାକାଳିଆ ସଦା ଭକ୍ତବତ୍ସଳ,

ଶ୍ରୀକୃଷ୍ଣ ଜଣାଇଛନ୍ତି ଯେ କପଟ ଦ୍ୱାରା କପଟ ହେବ ନିର୍ମୂଳ |୭|


Rate this content
Log in