Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

gouranga charan beura

Tragedy Others

2  

gouranga charan beura

Tragedy Others

ନମସ୍ୟା

ନମସ୍ୟା

1 min
6.7K


କୁନ୍ଦୁଲି କାନ୍ଦୁଛି ଧର୍ଷଣ ଜୁଇରେ

କାନ୍ଦେ ବନ ଲତା ଭୂଇଁ,

ନୀରିହା ଦଳିତା କୁଣ୍ତଳୀ ପ୍ରଦୀପ

ଲିଭିଗଲା ନ୍ୟାୟ ପାଇଁ ॥

ଜାତିର ରକ୍ଷକ ଭକ୍ଷକ ସାଜିଲେ

ଧର୍ଷଣ ଲୋଭି ରାକ୍ଷସ,

ଅସହାୟା ଦେଖି ନିକାଂଚନ ପଥେ

କରିଲେ ବାଳାକୁ ନାସ ॥

ଯେ ଅଂଗୁ ଜନମି ସେ ପାମର ଗଣ

ପାଦ ଥାପିଲେ ମହୀରେ,

ଧର୍ଷଣର ଶେଯ ପିଶାଚେ କରିଣ

ପାପ ଭାର ବଢାଇଲେ ॥

ନ୍ୟାୟ ମିଳିଲାନି ଦ୍ୱାର ଦ୍ୱାର ବୁଲି

ଫାଇଲି ଗଲାତ ଉଡି,

ଆଇନୀରେ ବେଢି ହାତରେ ଶିକୁଳି

ଦପ୍ତର କଲା ଭେଳିକି ॥

ରାଜନୀତି କଥା କି କହିବା ଆଉ

ମୂଳରୁ ପାହାଚ ପାହାଚ,

ଆମ ଶାସନ ତ ଆମରି ହାତରେ

ଇଏତ ନାରଦ ଉବାଚ ॥

ସତୀ ଏଠି ମରେ ଫ୍ରାଇଂ ପ୍ୟାନ୍ ରେ

ବୋତଲର ଦାରୁ ହୋଇ,

ମିଳିତ ଧର୍ଷଣେ ଦିଅଇ ଜୀବନ

ନିତି ଅବଳା ବୋଲାଇ ॥

ଯେଉଁ ଦେଶେ ସୀତା ସାବିତ୍ରୀ ଜନମି

ପୁଣ୍ୟ କରିଥିଲେ ମାଟି

ସେ ଦେଶର ନାରୀ ମରେ ଝୁରିଝୁରି

ନ୍ୟାୟ ନ ପାଇ କେଉଁଠି ॥

ହେ ଭାରତ ମାଆ ସତେ ହେବୁ ସାହା

ପାପୀଂକୁ ବିନାଶ କରି,

ପ୍ରେମ ବନ୍ଧନରେ ସଭିଂକୁ ବାନ୍ଧି ମା

ଚଳାଅ ସଂସାର ତରୀ ॥

----------ଗୈାରାଂଗ ଚରଣ ବେଉରା--------

--------ଶିକ୍ଷକ,କୁଲିଆମାଲ ଉଚ୍ଚ ବିଦ୍ୟାଳୟ------


Rate this content
Log in

Similar oriya poem from Tragedy