ମା'ର ଦୁଃଖ.....
ମା'ର ଦୁଃଖ.....
*ମା'ର ଦୁଃଖ*
ଦୁଃଖକଷ୍ଟ କେତେ ମା'ର ଜୀବନରେ
ପୁଅ କି ବୁଝୁଛି ଭାଇ
ଦଶ ମାସ ଦଶ ଦିନ ଗର୍ଭେ ଧରି
ଜନମ ଦେଇଛି ସେହି
ନିଜେ ସହି ନିଏ ଭୋକ ର କଷ୍ଟକୁ
ପୁଅକୁ ଦିଏ ଖୁଆଇ
ବଡ଼ ହେଇ ପୁଅ ଭୁଲି ଯାଉଅଛି
ଧରମ ସହିବ ନାହିଁ
ମାଆ ମାଆ ଡାକ ମଧୁର ସମ୍ପର୍କ
କିଏ ନ ଡାକି ରହିଛି
ଜୀବନ ର ସାଥି ମିଳିବା ମାତ୍ରକେ
ସେ ମା କୁ ଭୁଲିଯାଉଛି
କେତେ ଦେବା ଦେବୀ କେତେ ବ୍ରତ ପାଳି
ପାଇଛି ତୋ ପରି ଫଳ
ଅମୃତ ର ଝରା ବିଶାଳ ବୃକ୍ଷରେ
ଫଳିଲୁ ତୁ ବିଷଫଳ
ମା'ର ସେନେହ ସେ ଅମୃତ ର ଝର
ସଭିଙ୍କୁ କରେ ନିଜର
ପୁଅଜାତି କୁ ଯେ ମିନତୀ ମୋହର
କରିବନି ମା କୁ ପର ।
*ଅକ୍ଷୟ ପଣ୍ଡା*
*ପଦ୍ମପୁର, ରାୟଗଡା*