Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Shiba Charan Mahapatra

Others

3  

Shiba Charan Mahapatra

Others

ରଜମଉଜ

ରଜମଉଜ

1 min
390



ଆଷାଢ ପ୍ରଥମା ତିଥିରେ ଆଜି 

ଆସିଛି ରଜ 

ପୁରପଲ୍ଲୀ ଗାଆଁ ସହର ସର୍ବେ

ହୁଅନ୍ତି ସଜ..


ସଙ୍ଖ ହୁଳହୁଳି ସଙ୍ଗତେ ଉଇଁ 

ପ୍ରଭାତ ରବି

ମଖମଲ୍ ଚାଦର ଢାଙ୍କି କିବା

(କିଏ)ଆଙ୍କୁଛି ଛବି..


ନବ ବସ୍ତ୍ର ରଙ୍ଗ ମାଖିଣ ଲାଜେ

ହସୁଛି ଧରା

ଝିଅ ବୋହୂ ପାଦେ ଅଳତା ସତେ 

ଅନ୍ତିମ ଖରା..


ମିଠା ମିଠା ପୋଡ ପିଠା ବାସନା 

ସବୁଠି ବାସେ

ଭିନ୍ନା ଭିନ୍ନ ମଧୂ ବ୍ୟଞ୍ଜନ ଥୁଆ

ପିରତି ରସେ.. 


ମନେ ଭରି ନୂଆ ଆଶା ଉମଙ୍ଗ 

ଖେଳନ୍ତି ଦୋଳି

ଆନନ୍ଦ ଉଲ୍ଲାସ ସବୁରି ହୃଦେ

ପଡୁଛି ଝୁଲି..


ନାଲି ଶାଢୀ ସଙ୍ଗେ ନାଲି ଓଠଟି

ଚମକେ ଭାରି

ଦୋଳି ଗୀତ ଗାଇ ହୃଦୟ କିଣେ

ଗାଆଁ ସୁନ୍ଦରୀ..


କେଏଁ କଟରର ଦୋଳି ଶବଦ

ଭାରି ମଧୂର 

ଖିଲି ପାନ ମିଠା ମହକ ଟାଣେ

ପାଖକୁ ତାର..


ଲୁଚକାଳି ପୁଚି କବାଡି ତାସ୍ 

ଖେଳ ରେ ମାତି

ପିଲା ଛୁଆ ବୃଦ୍ଧ ସର୍ବେ ଭୁଲନ୍ତି

କି ଦିନ ରାତି.. 


ପ୍ରକମ୍ପିତ ଗୀତ ଧରଣୀ କୋଣେ

ଖେଳେ ଲହରୀ 

ଗୀତ ତାଳେ ମେଘ ବଉଦ ଢାଳେ 

ସେନେହ ବାରି..


ମାଟି ବରଷା ର ମିଳନ ପର୍ବ 

ରଜମଉଜ 

ଓଡିଆ ଜାତିର ଐତିହ୍ୟ ମନେ

ଉଡାଏ ଧ୍ୱଜ..


ଆମ୍ବ ତୋଟା ଛାଇ ଆସର ତଳ

ଥାଉ ଏ ପ୍ରିତି 

ଜୀବନ ର ଦୋଳି ଖେଳୁ ଉଲ୍ଲାସେ 

ପୁରାଇ ଛାତି..



Rate this content
Log in