Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ମୃଗନୟନୀ-୮

ମୃଗନୟନୀ-୮

1 min
7.0K


ମୃଗ ନୟନୀ-୮ । @kashyap. ନିରୋଳାରେ ମନେପଡ଼, ନିଶା ଭଳି ଛାଇଗଲ ସବୁବେଳେ, ଚୁପ ହୋଇ ରହିବା, କାର୍ଯ୍ୟବ୍ୟସ୍ତତା ଆଳ, ଏ ତ ତୁମ ଅସ୍ଥିମଜ୍ଜାଗତ, ସମ୍ପର୍କର ସେତୁ ଯେ ଝୁଲୁଛି ରେଶମୀ ସୂତାରେ,ପଚାରିଲେ କୁହ ! ବୁଝିବାକୁ ତ ଚେଷ୍ଟା କର । (୧)

ବୁଝାଇ ଅବୁଝାମନକୁ ବାହାରି ପଡେ ସକାଳୁ ସକାଳୁ ତୁମ ପୁରୁଣା ଘର ଗଳି ଆଡେ, ମିଟି ମିଟିକା ଅନ୍ଧାର, ତା ସହ ଛାଇ ଆଲୁଅର ଖେଳ ବିବେକ ହସି କହେ, ପାଗଳାମି ନୁହେଁ କି ? ଏ ତୋର ପୁଣି ଏ ବୟସରେ ଏ କି ? ଚାଲିଛି ଲୀଳା ତୁମର ରାଧେ ! ରାଧେ ! । (୨)

ମନ କହେ ନା ସେ ଖୋଜିଥିଲା ତୁମକୁ ଏ ଦେଖ ଛାଇଟି ଚାଲିଛି, ଏ କଣ ? ସେ ନୁହେଁ , ହସିଲି ! ମନେ ପଡିଗଲା ! ତା କାଚକେନ୍ଦୁ ଭଳି ଦୁଇ ଇଷତବାଦାମୀ ସାମାନ୍ୟ ଠାରୁ ଯଥେଷ୍ଟ ବଡ଼ ନୟନଯୁଗଳ ଆଉ ସେ ଦିନ କଥା ଯେଉଁଦିନ ସେ ଛାଡିଥିଲା ମୋ ସହର, ଷ୍ଟେସନ ବେଞ୍ଚରେ ଅସହାୟ ଭାବେ ଦୁରେ ବସିଥିଲି, ବୁଝି ପାରିନି ଏବେ ବି ପ୍ରେମ ର "ଠ" କି ? " ମ" କିନ୍ତୁ ମୋ ସ୍ମୃତି ଫଳକେ ଆଜି ବି ସେ ମୋ ନିଶା ଉତାରିବା ଧରୁ ନି ନାଁ ସେ ପରା ମୋ ସବୁ ସନ୍ଧ୍ୟା ନୀଡ ଫେରା ରାଗରାବଳି, ପ୍ରୟାଧି ପ୍ରିୟତମା "ମୃଗନୟନୀ " ।

କାଶ୍ୟପ, ରାମ ବିଶୋଇ, ରାତ୍ର-୧୧-୨୯ ମି. ତା-୦୬-୧୨-୧୬, ରାୟଗଡା ।


Rate this content
Log in