Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Others

3  

Bijay Prusty

Others

ବେସୁରା ଗୀତି-୭୨୦

ବେସୁରା ଗୀତି-୭୨୦

1 min
6.9K


ବେସୁରା ଗୀତି-୭୨୦

 

କିଏ ଜାଣିଥିଲା

ସ୍ମୃତିସବୁ ଏମିତି ଆକାଶରୁ

ବର୍ଷା ହୋଇ ଝରିଯିବ ବୋଲି  ?

କିଏ ଜାଣିଥିଲା କେଜାଣି

ମୁଁ କିନ୍ତୁ ଜାଣିନଥିଲି ବର୍ଷା ଆସେ

ହୃଦୟର ଦୁଆରକୁ ଖୋଲି  ॥

ଝର ଝର ହେଇ ବର୍ଷା

ଯେଉଁଦିନ ଆକାଶୁ ଝରିଲା

ମୋ ନିଜ ଅଜାଣତରେ

ହୃଦୟ ଦରଜା ଗୋଟି

ଆପେ ଖୋଲିଗଲା  ॥

ଛିଟିକି ପଡିଲେ ସ୍ମୃତି ସବୁ

ବିସ୍ମୃତି ଗର୍ଭରୁ

ଝରିଲା କେତେ ଯେ ରକ୍ତ

ଅଦେଖା କ୍ଷତରୁ  ॥

ହୃଦୟର ଦରଜାକୁ ବନ୍ଦ କରିଦେଲି

ତଥାପି ନିସ୍ତାର ନାହିଁ

ବୋହୁ ଥିଲା ଲୁହ ଧାର

ନିଜ ଲୁହ ନିଜେ ପିଉଥିଲି

ବଞ୍ଚିବାର ରାସ୍ତା ଖୋଜୁଥିଲି  ॥


Rate this content
Log in