ଚାନ୍ଦ ଓ ଚାନ୍ଦିନୀ
ଚାନ୍ଦ ଓ ଚାନ୍ଦିନୀ
ଦିନେ ସନ୍ଧ୍ୟା କାଳେ ସୁନିଲ ଅମ୍ବର
ଚାନ୍ଦିନୀ ପାଖକୁ ଯାଇ
ନିଜ ମନ କଥା ପଚାରିଲା ଚାନ୍ଦ
ଚାନ୍ଦିନୀ ମୁଖକୁ ଚାହିଁ
ଚାନ୍ଦିନୀକୁ ପ୍ରଶ୍ନ ପଚାରଇ ଚାନ୍ଦ
କି ସମର୍କ ତୋର ମୋର
ଚାନ୍ଦିନୀ ଉତ୍ତରେ ତୁମରି ବିହୁନେ
ଅସ୍ତିତ୍ବ ନାହିଁ ମୋର
ତୁମେ ଅଛ ବୋଲି ନିତ୍ୟ ମୁଁ ବଞ୍ଚିଛି
ତୁମରି ନିକଟେ ରହି
ତୁମେ ଯଦି ହେବ ଶ୍ବେତ କଇଁ ଟିଏ
ମୁଁ ପରା ତୁମର ଛାଇ
ଶିଳା ଚାନ୍ଦିନୀକୁ ପଚାରିଲା ଚାନ୍ଦ
ଦୂର ଆକାଶେ ରହି
ତୋର ମୋରସାଥେ କି ସମ୍ପର୍କ ଅଛି
ଉତ୍ତର ପାରିବୁ କହି
ଚାନ୍ଦକୁ ନିରେଖି କହିଲା ଚାନ୍ଦିନୀ
ତୁମେ ତ ମୋର ଜୀବନ
ତୁମ ପାଇଁ ରବି ତେଜେ ମୁଁ ସିଝୁଛି
ଅପେକ୍ଷାରେ କଟେ ଦିନ
ଜାଣିଛି ମୁଁ ସତ୍ୟ ମିଳନ ସମ୍ଭବ
ନୁହଇ ତୁମର ମୋର
ମିଳନ କେବେବି ପୋଥରୋଧ ନୁହେଁ
ଶାଶ୍ଵତ ପ୍ରେମ ପଥର ।
(ସାଗର ପ୍ରଧାନ)