ବନ୍ଦି ଜୀବନ
ବନ୍ଦି ଜୀବନ
1 min
6.8K
କାହିଁ କେତେ କାଳ ରାତ୍ରିର ଅନ୍ଧାର ଭିତରେ
ହଜିଯାଏ ମଧୁ ରାତ୍ରିର ସ୍ଵପ୍ନ,
ମାଟି କଳସ ପାଲଟେ ଖପରା
ସେସବୁର ହିସାବକୁ
ସଂଖ୍ୟାରେ ଶବ୍ଦରେ ସାଉଁଟି ହୁଏନି;
ବେହିସାବୀ ମନେ ଛାଇ ଯାଇଥାଏ
ଅପାରଗ ପଣିଆର ସ୍ୱାକ୍ଷର ।
ବୁଢିଆଣୀ ଜାଲ ଭିତରେ ଅସହାୟତାର ରାଗିଣୀ ତୋଳୁଥିବା ମାଛି ପରି
ସବୁ ସଂସାରୀ ଡହଳ ବିକଳ
ସୁଖ ଆଉ ଦୁଃଖର ମାୟାରେ ଚିରକାଳ ବନ୍ଦି ଏ ଜୀବନ ।
ବଦଳୁଥାଏ ଭବିଷ୍ୟର ଚିତ୍ର,
ଏମିତି ତ ଜୀବନ
କେତେ ଭଂଗାଗଢ଼ାର ଇତିହାସ ସ୍ୱପ୍ନ, ବାସ୍ତବତାର ଅନୁଭବ,
କେବେ ଶାନ୍ତ ସକାଳର ଝରାଫୁଲ ତ'
କେବେକେବେ
ମଧ୍ୟାହ୍ନର ସୂର୍ଯ୍ୟମୂଖୀ ପରି ।।