ସବୁ ସାବିତ୍ରୀଙ୍କୁ ନିବେଦନ
ସବୁ ସାବିତ୍ରୀଙ୍କୁ ନିବେଦନ
ଜନନୀ ଭଗିନୀ ଜାୟାର ମଧ୍ୟରେ
କେବଳ ନୁହଁ ସୀମିତ
ତୁମେ ଗୋଟେ ବୋହୁ ତୁମେ ଗୋଟେ ଝିଅ
ବୁଝ ଏହାର ଗୁରୁତ୍ଵ
ତୁମ ପାଖେ ଅଛି ମାୟାର ଶକତି
ମାନ ବା ନ ମାନ ସତ
ଯେଉଁ ଶକ୍ତି ବଳେ ଏ ସାରା ଜଗତ
ହୋଇପାରେ ନିୟନ୍ତ୍ରିତ
ପୁରୁଷ ପାଖରେ ଯେତେ ଶକ୍ତି ଥାଉ
ନାରୀ ଆଗେ ଶକ୍ତିହୀନ
ଅବଳା ଦୁର୍ବଳା ନୁହଁ କେବେ ନାରୀ
ନିଜ ଶକ୍ତି ନିଜେ ଚିହ୍ନ
ସାବିତ୍ରୀ ବ୍ରତରେ ସବୁ ସାବିତ୍ରୀଙ୍କୁ
କରୁଅଛି ନିବେଦନ
ଆବଶ୍ୟକ ସ୍ଥଳେ ମାୟାରୂପ ଧରି
କର ସମାଜ ଶୋଧନ
ଚିତ୍ତରଞ୍ଜନ ଲେଙ୍କା,କଟକ