Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଜଣା
ଅଜଣା
★★★★★

© Amulya Kumar Panda

Others

1 Minutes   6.5K    5


Content Ranking

 ଏତେ ବଡ ଆକାଶ

ଚାହିଁ ହେଉନି

ଏତେ ବଡ ପୃଥିବୀ

ଆଖି ପାଉନି

ଏତେ ବଡ ସାଗର

ଆଖି ପହଞ୍ଚୁନି

ଏତେ ଜୋରରେ ପବନ

ଠିଆ ହୋଇ ହେଉନି

ଏତେ ଲମ୍ବା ରାସ୍ତା

ଚାଲି ହେଉନି

ଏତେ ବଡ ସମାଜ

ଭାବି ହେଉନି ।

ଆଗକୁ ...........

ଦୂରରୁ ଦିଗ୍ ବଳୟ ଯାଏଁ

ପୂର୍ବରୁ ପଶ୍ଚିମ ଯାଏଁ

ଉତ୍ତରରୁ ଦକ୍ଷିଣ ଯାଏଁ

ଭୂମିରୁ ଭୂମା ଯାଏଁ

କେହି ବି ଜଣେ ନାହିଁ ।

ଆକାଶ , ପୃଥିବୀ ......

ଆଖି ପହଞ୍ଚିଲା ପର୍ଯ୍ୟନ୍ତ

ଯୁଆଡେ ଚାହିଁଲେ

ଖାଁ ...... ଖାଁ ପ୍ରାନ୍ତର

କେବଳ ପ୍ରାନ୍ତର

ସତରେ ମୁଁ ........

କେଉଁଠି ଅଛି ?

_________________________________

ଅମୂଲ୍ୟ କୁମାର ପଣ୍ଡା 

ଆକାଶ ସାଗର ପବନ

Rate the content


Originality
Flow
Language
Cover design

Comments

Post


Some text some message..