Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Inspirational Abstract Others

2  

Chittaranjan Lenka

Inspirational Abstract Others

ଈଶ୍ୱର ମଙ୍ଗଳମୟ

ଈଶ୍ୱର ମଙ୍ଗଳମୟ

1 min
6.8K


ବିଧିର ଉଦ୍ଦେଶ୍ୟ  କିଏ ବା ବୁଝିବ

ହେଉ ଯେଡେ ଜ୍ଞାନୀ ଲୋକ

ବୁଝିହେବ ଯଦି  ଈଶ୍ୱର କାହିଁକି

ହେବେ ଶ୍ରେଷ୍ଠ ବୈଜ୍ଞାନିକ?(1)


ଈଶ୍ୱର କରନ୍ତି   ସର୍ବଦା ମଙ୍ଗଳ

ବହୁ ପୁରାତନ ବାଣୀ

ଗୀତା ବି କହୁଛି  ଯହା ହେଲା ଭଲ

ଯାହା ହେବ ଭଲ ପୁଣି(2)


ଅସୁବିଧା ଯେବେ  ମାଡି ଆସିଥାଏ

ଏ ସବୁକୁ ଭୁଲିଯାଉ

କିଏ ନିଜ ଭାଗ୍ୟ  କିଏ ନିଜ କର୍ମ

କିଏ ବି ବିଧିକୁ କହୁ(3)


କେତେକ କ୍ଷେତ୍ରରେ  ଅସୁବିଧା ଆସେ

ଝଡ ଓ ତୋଫାନ ପରି

ପୁଣି ଚାଲିଯାଏ  ସବୁ ଶାନ୍ତ ହୁଏ

ଭଲ ମଞ୍ଜି କିଛି ବୁଣି(4)


କେତେକ କ୍ଷେତ୍ରରେ  ଦୁଃଖ ଓ ଯନ୍ତ୍ରଣା

ଦୀର୍ଘ ଦିନ ଲାଗି ରହେ

ଆଶା ଓ ବିଶ୍ୱାସ    ଧିରେ ଧିରେ ସବୁ

ମନରୁ ଉଭେଇ ଯାଏ(5)


ବିଳମ୍ବ ହେଲେ ହେଁ   ଯାହା ମିଳିଥାଏ

ତାହା ଅମୂଲ୍ୟ ରତନ

ସେତେବେଳେ ଦୃଢ  ବିଶ୍ୱାସ ଆସଇ

ଶୁଭ କେତେ ଭଗବାନ(6)

ଏତିକି କହିବି   ଯେତେ ଦୁଃଖ ଆସେ

ସବୁ ତୁମ ହିତ ପାଇଁ

ଯିଏ ବୁଝିନାହିଁ  ନିଶ୍ଚୟ ବୁଝିବ

ଦୃଢ ମନେ ଦେଲି କହି(7)


ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


Rate this content
Log in

Similar oriya poem from Inspirational