Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୫୨

ସନେଟ -୫୨

1 min
6.6K


ଅନାସ୍ଥା


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ସବଳ ନିର୍ମମେ ଶୋଷେ ଦୁର୍ବଳ ଶୋଣିତ

ପଦ ଦଳିତ କରିଛି ଏମାନଙ୍କୁ ଦୃପ୍ତ ।।

ସମାଜର ମେରୁଦଣ୍ଡ ହେଲେହେଁ କୃଷକ

ବୁଭୁକ୍ଷା-ବିଦେବ ଗ୍ରାସେ ବିଲୁପ୍ତ ବିବେକ ।।

ବ୍ୟାଧି ଦୈତ୍ୟ ଅପଘନେ ଆକ୍ରମଣ କଲେ

ନ ଥାଏ ଭେଷଜ ପାଇଁ କଉଡ଼ି ଅଣ୍ଟାରେ ।।

ନ ମିଳେ ଛିଣ୍ଡା ବସନ ଅମାଂସ ତନୁକୁ

ନେତାମାନେ ବୁଝନ୍ତି କି ତାଙ୍କରି ଦୁଃଖକୁ ?

ଗୁରୁ ପାର୍ଥକ୍ୟେ ଘୁଞ୍ଚାଇ ପାରିବକି ଲବେ

ସମାଜବାଦ ନତୁବା ସାମ୍ୟବାଦ କେବେ ?

କ୍ଷିପ୍ତ ନର ଭୁଲି ବିଭୁ ଭ୍ରାନ୍ତି ପଥେ ଚାଲେ

ବୃଦ୍ଧି ପାଏ ନାସ୍ତିକଙ୍କ ସଂଖ୍ୟା ଏ ଦେଶରେ ।।

ରଖି ପାରିବାକି ଆସ୍ଥା ନୟଜ୍ଞଙ୍କ ଠାରେ

ନ୍ୟାୟ ଯଷ୍ଟି ଅଛଇ କି ତାହାଙ୍କ ପାଣିରେ ।।


ସମାପ୍ତ


Rate this content
Log in

Similar oriya poem from Classics