Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dambarudhar Bag

Others

2  

Dambarudhar Bag

Others

ଅପୂର୍ବ ସୁନ୍ଦରୀ

ଅପୂର୍ବ ସୁନ୍ଦରୀ

1 min
6.0K



ଅପୂର୍ବ ସୁନ୍ଦରୀ

**********

ଅପୂର୍ବ ସୁନ୍ଦରୀ ଝିଅଟିଏ ସିଏ

ବୟସ ହେବ ତା ଷୋଳ ।

କେଉଁ ସେ ବିଧାତା କି ଭାବି ଗଢିଲା

କାହା ସାଙ୍ଗେ କରି ତୁଳ।

ଜୀବନରେ ଯେତେ ଦେଖିଛି ସୁନ୍ଦରୀ

ତା'ପରି ଆଉ କେ ନାହିଁ ।

ଭଲପାଏ ତାକୁ ଜୀବନରେ କେତେ

ଭାବିପାରୁ ନାହିଁ ମୁହିଁ ।

ସରଳ ସୁନ୍ଦରୀ ଝିଅଟିଏ ସିଏ

ଲାଗଇ ଦିବ୍ୟ ସୁନ୍ଦରୀ ।

ଗୌର ବର୍ଣ୍ଣ ଦେହ ମୁକୁତା ପରିକା

ମନ ନେଲା ଚୋରି କରି ।

ପରୀଟିଏ ସିଏ ନୀଳ ଗଗନର

ଚେହେରା ପୁନେଇ ଜହ୍ନ ।

ଯେତେ ଦେଖୁଥିଲେ ମନ ପୁରେ ନାହିଁ

ଶାନ୍ତି ହୁଏ ନାହିଁ ମନ।

ଗୋଲାପି ଅଧର ହରିଣୀ ନୟନା

ଚାଳି ତା'ର ରାଜ ହଂସୀ ।

ଅଳପ କଥାରେ ମନ କିଣିନେଲା

ତା' ପ୍ରେମରେ ମୁଁ ଗଲି ଫସି ।

ଝିଅ ନୁହେଁ ସିଏ ହୀରାଟିଏ ବୋଲି

ତାକୁ ଚିନ୍ତେ ମନେ ମନେ।

ପାଗଳ ମନଟା ତାକୁ କାହିଁ ଖୋଜେ

ଝୁରି ହୁଏ ରାତି ଦିନେ।

*****************

ଶ୍ରୀ ଡମ୍ବରୁଧର ବାଗ, ଚପ୍ରିଆ, ଗୋଲାମୁଣ୍ଡା, କଳାହାଣ୍ଡି

ଫୋନ ନମ୍ବର -9178225764


Rate this content
Log in