Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalatendu Kabi

Others

5.0  

Lalatendu Kabi

Others

ଘାସଫୁଲ { ghAsaphula }

ଘାସଫୁଲ { ghAsaphula }

1 min
14.2K


  • ଘାସଫୁଲ

ବହୁ ଚର୍ଚିତ

ଦେଲି ପାରିଜାତ

ତାହାକୁ ତୁମେ ତ

ଚିହ୍ନି ପାରିଲ ନାହିଁ |

କେମିତି ପ୍ରତୀତି

ହେବ ତୁମ ବତୀ

ସଳିତାରୁ ତିଳେ

ବହ୍ନି ଜାଳିଲ ନାହିଁ ||-୧||

ଆଖି-ଉଚ୍ଛଳ

ଅଶ୍ରୁର ଜଳ

ଢାଳି ଚଞ୍ଚଳ

ତୁମ ଆଶ୍ଵାସ ଆଶେ |

ପାଦ ଚାଳି ଚାଳି

ଗଲି ଗଳି ଗଳି

ଉଥଳି ପୁଥଳି

ବୁଲି ବୁଲି ଦେଶେ ଦେଶେ ||-୨-||

ଆଉ କିଛି କାହିଁ

ଦେଖିଲି ତ ନାହିଁ

ଅରପିବା ପାଇଁ

ବିସ୍ମୟ ଦେବା ପରି |

ମନନ କ୍ଳାନ୍ତି

ଶରୀର ଶ୍ରାନ୍ତି

ମତିର ଭ୍ରାନ୍ତି

ଧରି ଆସୁଥିଲି ଫେରି ||-୩-||

ବୁଝିଲାନି ମନ

ମାୟା-ବନ୍ଧନ

ଭିତରେ ଶୂନ୍ୟ-

ହାତରେ ମିଳନ ମୂଲ |

ସାତ ଶରଧାରେ

ସାଉଁଟି ଆଣିଛି

ଶତ ଶତ ଘେନ

ଶୁଭ୍ର-ଦଶନ

ବାସହୀନ ଏଇ

ହସ ହସ  ଘାସ ଫୁଲ ||-୪-||

ଏବେ ସେଇଥିରେ

ଛୋଟ ମୋ ପୋଥିରେ

ଗୁନ୍ଥି ଦେବି ଗୋ

ପ୍ରୀତିଭରା ଗୀତି ହାର ||

ପାରିଜାତ ଆଉ

ଖୋଜିବି କିଆଁ ମୁଁ

ଆଦରିଲେ ତୁମେ

ଛୋଟ ଏଇ ଉପହାର ||-୫-||

ଲଲାଟେନ୍ଦୁ କବି

୨୬ ମେଁ ୨୦୧୬


Rate this content
Log in