Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Shiba Charan Mahapatra

Others

3  

Shiba Charan Mahapatra

Others

ମୁଁ ଭୟକରେ

ମୁଁ ଭୟକରେ

1 min
210


ମୁଁ ଭୟକରେ

ଅନ୍ଧାର ରାତିରେ 

ବେବିନା ନିର୍ଭୟାର ବୁକୁଫଟା ଚିତ୍କାର

ଭୋକିଲା ପେଟରେ 

ମହଣେ ମନ ନିଆଁର ତତଲା ଅଭିସାର

ସୂର୍ପଣେଖା କାମନା ଯଜ୍ଞରେ 

ଅଗ୍ନି ପରୀକ୍ଷା ଆହୁତି ସତୀ ସୀତାର  

ମୁଁ ଭୟକରେ ।


ମୁଁ ଭୟକରେ  

ପାପର ପିରାମିଡ ଗର୍ଭରେ

ପୂଣ୍ୟର ମୁଦ୍ରିତ କବର

ମିଥ୍ୟା ପ୍ରତିଶ୍ରୁତି ଶୁଖିଲା ଶାଖାରେ 

ସ୍ୱପ୍ନର ଚିରହରିତ୍ ନଅର  

ମଧୂର ଛଳନା ଅମୃତ ଧାରିଣୀ

ମୋହିନୀ ରୂପ ଶୃଙ୍ଗାର  

ମୁଁ ଭୟକରେ ।


ମୁଁ ଭୟକରେ  

କଳଙ୍କିତ ଅଧ୍ୟାୟେ ରଚିତ

ରାଜ୍ୟଭିଷେକ ଅଶୋକର  

ଅଧର୍ମ ଅନ୍ୟାୟେ ଗଢା 

ସେତୁବନ୍ଧ ସମ୍ପର୍କର

ନିନ୍ଦା-ପ୍ରଶଂସା ମିଶାଇଲ୍ ରେ 

ଭାଙ୍ଗିବାକୁ ହୃଦୟ ସହର

ମୁଁ ଭୟକରେ ।



Rate this content
Log in