ଅସରା ହୃଦୟ
ଅସରା ହୃଦୟ
ଫୁଲକୁ ମାଗିଲି ତା ମନ ମହକ
ମିଠା ନଜରରେ ମୁହଁ ମୋଡି ଚାଲିଗଲା।
ଜହ୍ନକୁ ମାାଗିଲି ତା ଚନ୍ଦ୍ରମା ରୂପ
ବୌଦ କୋଳରେ କଳଙ୍କ ପଠାଇ ଦେଲା।
ଆକାଶ କହିଲା ବିଶାଳ ହୃଦୟ
କାହାକୁ ସେ ଦେବାପାଇଁ ଚାହେଁ ନାହିଁ।
ସାଗରକୁ କିଛିି କହିବା ଆଗରୁ
ତାଣ୍ଡବ ନୃୃତ୍ୟରେ ପ୍ରକମ୍ପିତ କଲା ମହୀ।
ହତାଶ ହୋଇ ମୁଁ ନିର୍ବାକ ନିସ୍ତବ୍ଧ
ଠିଆ ହୋଇଥିିଲି ଦୁଖର ପସରା ଧରି।
ଅପଲକେ ମୋର ଆଖି ସାମାନାରେ
ହସିଲେ ବସୁଧା, ମୁକୁଳା କେଶର ନାରୀ।
ହୃଦୟ ଅସରା, ମମତା ପସରା
ଆଖିରୁ ଅସରା ପ୍ରେମର ପୁଲକ କାଢି।
କହିଲେ,"ଧନରେ ! ନେଇଯା ସବୁ ମୋ'
ତୋ' କଲ୍ୟାଣ ପାଇଁ ମୋ' ପଣତ ଦେଲି ବାଢ଼ି।"
ଧନ୍ୟଲୋ ଜନନୀ ! ଧନ୍ୟ ତୋ ମାତୃତ୍ବ
ତୋ' ପ୍ରେମର ମୂଲ ଦେଇ କି ପାରିିବି ମୁୁୁୁହି ?
ସଭିଙ୍କ ସକାଶେ ଆତ୍ମାର୍ପଣ ତୋର
ତୋ ପାଇଁ କା ହୃଦେ ଦରଦ ଟିକେ ବି ନାହିଁ।