Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

3  

Prafulla Chandra Mishra

Others

ଇ'ଏ ବିଜୟ ନେତ ଉଡାଏ , ଇ'ଏ କିଏ

ଇ'ଏ ବିଜୟ ନେତ ଉଡାଏ , ଇ'ଏ କିଏ

1 min
236



ଦୁଲୁକି ଉଠିଲା

ଶିରୀ ମନ୍ଦିର ଲୋ

ଉଛୁଳୁଛି ବଡ଼ ଦାଣ୍ଡ

ଦେଖଲୋ ଦେଖଲୋ

ଉଦେ ହୋଇଆସେ

ସତେକି ପୂନିଅଁ ଚାନ୍ଦ ।।


ତେଲିଙ୍ଗି ମହୁରୀ

ବାଜା ତାଳେ ତାଳେ

ହରିବୋଲ ହୁଳହୁଳି

ଆଲୋଟ,ଚାମର,

ଛତ୍ର ଛାୟା ତଳେ

ଆସେ କେ ହଲି ଦୋହଲି ।।


ଦଣ୍ଡେ ଯାଏ କ୍ଷଣେ

ପହଣ୍ଡେ ପହଣ୍ଡି

କରି, ଏଣେତେଣେ ଚାହେଁ

ନୀଳ କନ୍ଦର ର

ଗୁମ୍ଫା ଗହ୍ଵର ରୁ

ବାହାରୁଛି କିଏ ଇଏ ।।


ଏ ନୀଳଶଇଳ

ନୀଳ ପରବତ

ଐରାବତ ମତ୍ତ ହସ୍ତୀ

ପଲାସି ଆସଇ 

ମହାମେରୁ ଗରୁ

ଅଚଳ କଳା ମୂରତି ।।


ନୀଳାଦ୍ରି ଶେଖରେ

ଶ୍ରୀମନ୍ଦିର ଚୂଳେ

ଊଡାଏ ବିଜୟ ନେତ

ଦିବ୍ୟ ନନ୍ଦିଘୋଷ

କରି ଆରୋହଣ

କରେ ଏଇ ଘୋଷଜାତ  ।।





Rate this content
Log in