Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Romance

4  

Jayashree Maharana

Romance

ଅଜଣା ଅତିଥି

ଅଜଣା ଅତିଥି

1 min
437


ଅଜଣା ଅତିଥି ତୁମେ ଆସିଲ ଜୀବନେ

ମିଠା ମିଠା ଶିହରଣ ବୋଳିଦେଲ ମନେ

ଭୁଲିଲି ନିଜକୁ ସାଥି ହଜିଲି ସପନେ

ନାଚିଲି ମୟୁରୀ ସାଜି ପ୍ରୀତି ଉପବନେ ।


କି ରଙ୍ଗ ଲାଗିଲା ସତେ ମୋର ଯଉବନେ

ତୁମ ନାମ ଶୁଭୁଥିଲା ପ୍ରତିକ୍ଷଣେ କାନେ

ଅକୁହା ଆବେଗ ଖେଳି ଉଠୁଥିଲା ପ୍ରାଣେ

ଛବି ତୁମ ଆଙ୍କିଦେଲି ହୃଦୟ ସ୍ପନ୍ଦନେ ।


ତନୁ ଭିଜୁଥିଲା ନିତି ପୀରତି ଦହନେ

ନୀରବରେ ଖୋଜୁଥିଲି ଅଦୃଶ୍ୟ ବନ୍ଧନେ

ଜଳୁଥିଲି ଏକା ଏକା ପୁଣି ଅଭିମାନେ

କେବେ ଅଧିକାର ଦେବ ଆପଣାର ପଣେ ।


ଢାଳିଦେଲ ପ୍ରୀତିମଧୁ ତୁମେ ପ୍ରତିଦାନେ

ସମ୍ପର୍କରେ ବନ୍ଦୀ ଆଜି ଆମରି ମିଳନେ ।



Rate this content
Log in

Similar oriya poem from Romance