Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ସପନ ବଣିକ

ସପନ ବଣିକ

1 min
5.5K


ଉତ୍ଥାନ ପତନ ସାପ ଶିଢି ଖେଳ ମନ କରେ ଅବଷନ୍ନ

ସପନ ବିନା ଏ ଜୀବନର ଯାତ୍ରା ହେଉଥାନ୍ତା ଛିନ୍ନ ଭିନ୍ନ ।

ସପନ ବଣିକ ସପନ ଦେଖଇ ଶୟନେ ବା ଜାଗରଣେ

ଶୟନର ସ୍ୱପ୍ନ ଚଳଚିତ୍ର ପରି ଉନ୍ମାଦନା ମନେ ଆଣେ ।

କ୍ଷଣ ସ୍ଥାୟୀ ଯେଣୁ ନିଦ ଭାଜିଗଲେ ମିଳେଇ ଯାଏ ସେ କାହିଁ

ଜାଗରଣେ ଯେଉଁ ସ୍ୱପ୍ନ ମନେ ଆସେ ନିଦ ଆଉ ଆସେ ନାହିଁ ।

ସଫଳ କରିବା ପାଇଁ ସପନକୁ ଯୋଜନା ଓ ରୂପାୟନ

କରିପାରେ ଯିଏ ହୁଅଇ ସଫଳ ବଢେ ସମାଜରେ ମାନ ।

ସପନ ଟି ସଫଳତାର ଜନନୀ ଗରଭେ ଧାରଣ କରେ

ବିନା ସପନରେ ଜିଏଁ ଭାଗ୍ୟବାଦୀ ଜିଅନ୍ତା ମରଣ ମରେ ।

ସପନ ସଂସାରେ ବଡ ସୌଦାଗର ଝଲମଲ କରେ ଆସି

ପାଇବାର ଆଶା ଜୀବନ ଯୁଦ୍ଧର ତଲବାର ଦିଏ କସି ।

ସପନ ନଥିଲେ ଘୋଷାରି ଓଟାରି ଗଡୁଥାନ୍ତା ଆମ ରଥ

ସପନ ବଣିକ ସପନରେ ଦେଖେ ପୁରିବ ତା ମନୋରଥ ।

ସୁବର୍ଣ୍ଣ ଚତୁର୍ଭୁଜ ନଦୀ ଯୋଡା ସ୍ୱପ୍ନ ଦେଖିଥିଲେ ବାଜପେୟୀ

ସଫଳ ହୋଇଛି ହୋଇବ ଆଗକୁ ସ୍ୱପ୍ନ ତାହା କାଳଜୟୀ ।

କଲାମଙ୍କ ସ୍ୱପ୍ନ ଭିଜନ୍ ବିଂଶ-ବିଂଶ ସଫଳତାର ଦ୍ୱାରରେ

ଭାରତ ହୋଇଛି ବିଶ୍ୱ ଶକ୍ତି ଆଜି ମଥା ତୋଳି ସମ୍ମାନରେ ।

ବିଜୁ ମହାମନା ସ୍ୱପ୍ନ ବେଖିଥିଲେ ପରିଚୟ ଓଡିଶାର

ୟୁନେସ୍କୋ ମଂଚରୁ ବୈଜ୍ଞାନିକ ପାଏ କଳିଂଗ ପୁରଷ୍କାର ।

ଓଡିଶାର ନାମ ଉଚ୍ଚ କରିବାକୁ ଜାତୀୟ ମାନ କ୍ରୀଡାର

କଳିଂଗ ଷ୍ଟାଡିୟମ ହେଲା ବିଶ୍ୱ କପ୍ ହକିର ମହାସମର ।

ସପନ ସହିତ ନିଷ୍ଠା ପରାକାଷ୍ଠା ମଣି କାଂଚନ ସଂଯୋଗ

ଅଳସୁଆ ଭାବେ ସପନ ନସରୁ ରାତି କାଳେ ପାହିଯିବ !!

ବିଶ୍ୱେଶ୍ଵର ମାଝୀ


Rate this content
Log in