Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narendra Kumar Acharya

Inspirational

2  

Narendra Kumar Acharya

Inspirational

ବିଚିତ୍ରବର୍ଣ୍ଣା

ବିଚିତ୍ରବର୍ଣ୍ଣା

1 min
6.9K


ଚାରିପାଖରେ ବିଛାଡ଼ି ହୋଇ ରହିଛି

ଏଇ ଯେଉଁ ବହୁବର୍ଣ୍ଣୀ ଚିତ୍ରପଟ୍ଟ

ସେଥିରେ କୌଣସିଟି ରଙ୍ଗ

ନିରୋଳା ନୁହଁ

ନା ସମୟ ନା ସ୍ଥାନ

ନା ଶତ୍ରୁ ନା ମିତ୍ର

ନା ପର ନା ସ୍ୱଜନ

ଏଠି ଗୋଟିଏ ଚେହେରା ଭିତରେ

ଛାଇ ପରି ଦିଶିବ

ଆଉ କେତୋଟି ମୁହଁ l


କିଛି ବି ନଥାଏ ନିରୁତା

ନା ଉଲ୍ଲାସ ନା ବିଷାଦ

ନା ସନ୍ଧି ନା ବିବାଦ

ନା ମୋକ୍ଷ ନା ବନ୍ଧନ

ନା ସାଧ୍ୟ ନା ସାଧନ

ଆଞ୍ଜୁଳାଏ ସୁଖର ଫୁଲ

ସାଉଁଟି ଧରିଲେ

ତା ଉପରେ ପଡ଼ିଥାଏ

ଟୋପା ଟୋପା କାକରର ଲୁହ

ଜାଣି ହୁଏନାହିଁ କେତେବେଳେ

ନିର୍ବିକାର ବୈରାଗ୍ୟ ଭିତରେ

ଚୁପ୍ ହୋଇ ବସିଥାଏ

ଜନ୍ମଜନ୍ମାନ୍ତରର ମୋହ l


ଆଉ ସ୍ନେହ ଓ ପ୍ରେମର

ନିବିଡ଼ ଆଶ୍ଳେଷ ଭିତରେ

ଅନୁରଣିତ ହେଉଥାଏ

ତ୍ୟାଗର ସାଂଗୀତିକ ଲୟ l

କାହିଁକି ଖୋଜି ହେଉଛ

କାହାର ବିବିକ୍ତ ଚେହେରା

ଏମିତି କାଳ କାଳ

ଭାଙ୍ଗୁଥିବ ନିରେଖୁ ଥିବ

ସେ କିନ୍ତୁ ଦେଉ ନଥିବ

କାହା ହାତେ ଧରା l





#ନରେନ୍ଦ୍ର ୨୮। ୨।୨୦୧୭


Rate this content
Log in

Similar oriya poem from Inspirational