ସ୍ମୃତି ଶ୍ରାବଣ
ସ୍ମୃତି ଶ୍ରାବଣ
ଆମେ ସ୍ବର୍ଗର ଫୁଲ ନୁହେଁ, ଆମେ ମର୍ତ୍ତ୍ୟର ଘାସ
ଆମେ ହାଡ଼, ମାଂସ ଓ ରକ୍ତର ମଣିଷ
ଅଜଣା ସୁନ୍ଦର ଫୁଲ ଆମେ, ନୋହୁଁ ସ୍ବର୍ଗ ପାରିଜାତ
ଲୁହରେ କବିତା ଆମ, ବେଦନାରେ ଆମ ଏ ସଂଗୀତ
ଆମେ ଚାହୁଁ ପ୍ରେମ ତାଂକ ଠାରୁ, ସମସ୍ତଂକ ଠାରୁ
ମନ ଆସିଗଲେ ପ୍ରେମ ଆମେ ମଧ୍ୟ ଦେଇପାରୁ, ହୃଦୟରୁ
ଜୀବନରୁ ଘୋର ଆଶା ଆମ, ପାଇବାକୁ ଯେତେ ଇଚ୍ଛା
ହଜିବାକୁ ଶୀତର ସେ ଅନ୍ଧକାରେ, ଅବା ଶ୍ରାବଣ ଝଡିରେ
ତମ ସହ, ତମ ସହ ପ୍ରିୟା ସେହି ଅନ୍ଧାରରେ
ଝିପ୍ ଝିପ୍ ଘୋର୍ ବର୍ଷା, ଆକାଶଟା କେତେ ଯେ ଅନ୍ଧାର
ଏତେ ବର୍ଷା , ଅକାଶ ବୋହୁଛି ମେଘର ଏ ଭାର
ପବନ ବର୍ଷା, ତଳେ ପାଣି ସୁଅ, ଚାରି ପଟେ କେତେ ଯେ ଅନ୍ଧାର
ଛାତିକୁ ଲାଗି ଆସ ପ୍ରିୟା, ଲାଗୁଛି ଡର
ଆକାଶର ଛାତି ଚିରି କେତେ ପାଣି ପଡୁଛି ଯେ ଝରି
ବିଭୋର ମୁଁ ବର୍ଷା ତାନେ, ମୁଗ୍ଧ ତୁ ପ୍ରିୟ ସହଚରୀ
ସୁନ୍ଦର ସ୍ବପ୍ନରେ ହଜି, ବର୍ଷାରେ ଭିଜି ଭିଜି କଟାଇବା ରାତି
ତମ ସହ ପ୍ରିୟା ଏହିପରି ମାତୁଥାନ୍ତି ନିତି
କିଏ ଜାଣେ ଏ ବର୍ଷା ବି ଥମିଯିବ , ପୁଣି ମୁକ୍ତ ହେବ ଏ ଆକାଶ
ତୁ ତରୁଣୀ ମୁଁ ପୁରୁଷ, ହାଡ଼ ମାଂସ ରକ୍ତର ମଣିଷ
ଆମେ ସ୍ବର୍ଗର ଫୁଲ ନୋହୁଁ, ଆମେ ମର୍ତ୍ତ୍ୟର ଘାସ