Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pranati Mahapatra

Others

2  

Pranati Mahapatra

Others

ପ୍ରେମପ୍ରଣତି - ୫୫

ପ୍ରେମପ୍ରଣତି - ୫୫

1 min
6.7K


ଜାଣେ ପ୍ରେମ ଫୁଲ

ସଦ୍ୟ ସ୍ନିଗ୍ଧାୟିତ 

ଅମଉଳା ବାସ ଛୁଟେ,

କେଉଁ ଦେବତାର

ଆଶୀର୍ବାଦ ବଳେ

ସର୍ବଦା ମନରେ ଫୁଟେ।

ପ୍ରେମ ମନ୍ଦିରରେ

ଯୌବନର ଢେଉ 

ପ୍ରତି ମୁହୂର୍ତ୍ତରେ ଆସେ,

ସୂରୁଯ ଆଭାରେ 

ଲହରୀମାଳ ତ

ଅପୂର୍ବ ରୂପେ ଝଲସେ।

ନିଷ୍କପଟ ମନେ ବସିଗଲେ ଥରେ

ପ୍ରେମ ମନ୍ଦିର ବେଢାରେ,

ହଜିଯାଏ ସବୁ ରୋଗ, ଶୋକ ,ଦୁଃଖ

ପ୍ରୀତି ଅଭିମାନ ଭରେ।

ପ୍ରେମର ସମୁଦ୍ର ସଦା

ମନୋରମ, ଅପୂର୍ବ 

ଯେ ରୂପକାନ୍ତି ,

ସବୁଜ ଶସ୍ୟର ଶିହରଣ ଖେଳେ

ମିଳିଥାଏ କେତେ ଶାନ୍ତି ।

*ପ୍ରଣତି ମହାପାତ୍ର*


Rate this content
Log in