Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Thriller

2  

Pranati Mahapatra

Thriller

ଚାହେଁ ନା

ଚାହେଁ ନା

1 min
238


ମୁଁ ଏମିତି ସମ୍ପର୍କ ଚାହେଁ ନା

ଯେଉଁ ସମ୍ପର୍କରେ ଧୂଳିମଳି ଥାଏ

ତା’ ପାଖ ଜମା ମାଡେନା ।

ମୁଁ ଏମିତି ସମ୍ପର୍କ ଚାହେଁ ନା ।

ଆଜି କାଲି ଭାଇ ମଜବୁତ୍ ହୁଏ

ଟଙ୍କା ଦିଆ ସମ୍ପର୍କରେ

ଦେଉଥିବ ସଦା ହାତ ଖୋଲି ଯେବେ

ଭାରି ଆପଣାର ହେବୁରେ ।

ନ ଦେଲେ ନକଲେ, କିଛି କହିଦେଲେ

ପର ହୋଇଯିବ ତୁମେ ରେ ।

ଶୁଣୁଥିବ ସବୁ, ଦେଖୁଥିବ ବସି

ଯଦି ଭଲ ଭଲ କହୁଥିବନା

ତୁମଠାରୁ ବେଶୀ ଆପଣାର ଆଉ

କାହାକୁ ଭାବିବେନି ଜମା ।

ମୁଁ ଏମିତି ସମ୍ପର୍କ ଚାହେଁ ନା ।

ତାଙ୍କ ଅସମୟେ ତୁ ଥିବୁ

ତୋ ଦୁଃଖରେ ଆହା କହିବା ପାଇଁ କି

ତାଙ୍କ ପାଖେ ବେଳ ଥାଏ ନା

କହିଲେ ସରିଲା ସବୁ ଭାବ ପ୍ରୀତି

ଆଉ କେବେ ମୁହଁ ଚାହେଁ ନା ।

ମୁଁ ଏମିତି ସମ୍ପର୍କ ଚାହେଁ ନା ।

ଡାକିଦେଲେ ପାଖେ ହାଜର ହେବୁ

ପକେଟରୁ ଟଙ୍କା ଖର୍ଚ୍ଚ କରିବୁ

ଭଲମନ୍ଦ ତାଙ୍କ ସବୁ ବୁଝିବୁ ।

ସବୁଥିରେ ମୁଣ୍ଡ ଟୁଙ୍ଗାରୁ ଥିବୁ ।

ସତ ଉପଦେଶ ଯଦି ଦେଇଦେବୁ

ସେଦିନୁ ସମ୍ପର୍କେ ପଡ଼ଇ ଭଟ୍ଟା ।

କହନ୍ତି ୟାକୁ ଚିହ୍ନୁନା ।

ମୁଁ ସମ୍ପର୍କ ଚାହେଁ ନା ।


Rate this content
Log in

Similar oriya poem from Thriller