Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

2  

Rajesh Kumar Jain

Comedy

ଲେଖିବାର ଆତ୍ମବିଶ୍ୱାସ

ଲେଖିବାର ଆତ୍ମବିଶ୍ୱାସ

1 min
6.7K


ଲେଖିବାର ଆତ୍ମବିଶ୍ୱାସ

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଲେଖିଚାଲିଛି ଅହରହ କବିତା

ଶୁଣୁଛି ଏ ବିଷୟେ ବହୁ କଥା

ଜୀବନେ ଆସିଛି ନୂଆ କବିତା

ଭାବନାରେ ନୂଆ ନୂଆ କଥା ।

 

ତୁମେ ହେଉଛ ଅନ୍ୟ ଜାତି

ଏ ଭାଷା ଉପରେ ଆମର କାତି,

ତୁମେ କରୁଛ ଏବେ କପି-ପେଷ୍ଟ

ଲେଖାସବୁ କରିବୁ ଆମେ ଟେଷ୍ଟ,

ଅନ୍ୟ ଭାଷାର କରୁଛ ଟ୍ରାନ୍ସଲେସନ୍

ଶିଖାଇଦେବୁ ତୁମକୁ ଲେସନ୍ ।

 

କରୁଛ କାରବାର ତୁମେ ବେପାରୀ

ସାହିତ୍ୟର କି ଜାଣିଛ ଥିଓରୀ ?

ଜଣେ କିଏ ସବୁ ଦଉଛି ଡାକି

ନଗଦେ କିଣୁଛୁ ନା ରଖୁଛୁ ବାକି ?

 

ଦୁନିଆର ଶୁଣି ଲାଗୁଛି ମଜା

କଲମକୁ ନିତି ଦେଉଛି ସଜା,

ସାହିତ୍ୟର ପିଏଚ୍.ଡି. ନା ବହିର ପାଠ

ଏହା ତ ଭାବନାକୁ ଯୋଡ଼ିବାର ସଟ୍ ।

 

ବିଶ୍ୱାସରେ ଲେଖି କରିଛି ବିଶ୍ୱାସ

ପାଇଲି ଲେଖିବାର ନୂଆ ଆଭାସ,

ଭାବନା, ଜାତି, ଧର୍ମ, ଭାଷା ଉପରେ

କବିତାର ସ୍ୱର ଶୁଭେ ବିଶ୍ୱରେ,

ଲେଖନୀରୁ ବଦଳିଯାଏ ଇତିହାସ

ମନରେ ଆସିଲାଣି ଆତ୍ମବିଶ୍ୱାସ

କଲମ କରିବ କବିତାର ଚାଷ

ମା ସରସ୍ୱତୀ ହୃଦରେ କରନ୍ତୁ ବାସ ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy