Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanna Kumar Madala

Tragedy

4.1  

Prasanna Kumar Madala

Tragedy

ବେସୁରା ଗୀତ

ବେସୁରା ଗୀତ

1 min
20.2K


କବିର କଲମ      କ୍ଷତରେ ମଲମ

ବୋଳୁନାହିଁ ଆଉ ସେତେ,

ଅଛନ୍ଦ କବିତା      ନଗନ ଛବି ତା

ଭାବ ଅଣାକାର ଯେତେ ।

ହେଉନାହିଁ ଘୋଷା  ଚଷା ଅବା ଯୋଷା

ଦୁଃଖୀ ମୂଲିଆଙ୍କ ସୁରେ,

ଭାବାବେଶ ଆଉ  ଖୋଜିଲେ କି ପାଉ

ହଜିଲାଣି କାହିଁ ଦୂରେ ।

କାନନ ଟଳଇ       ମଣିଷ ଚଳଇ

ବିଭବ ଭଣ୍ଡାର ତଳେ,

କରିଲେ ତରାସ      ବଢିବ ପରାସ

ଶବ୍ଦ ପ୍ରଦୂଷଣ ଛଳେ ।

ଉତ୍କୋଚର ରାଜ    ହୋଇଛି ବିରାଜ

ଭାଷା ଦଉଡରେ ଆଜି,

ଲଗାମ ଯେ ଟାଣେ   ପୁରସ୍କାର ଛାଣେ

ପ୍ରତିଭା ସମ୍ପନ୍ନ ସାଜି ।

କହିଲେ ଖବର     ବୋଲିବ ବର୍ବର

ବୁଡିଲା କି କାହା ବେଳ,

ଜାଣେନା ପାମର     ଇଏ ତ ଆମର

ତୋଷାମଦିଆଙ୍କ ଖେଳ ।

କୋକିଳ କାକଳି     ହେଉନି ଆକଳି

ଶୁଭିଲାଣି ଫିକା ଫିକା,

ବସନ୍ତର ରଙ୍ଗ     କୋଳାହଳେ ଭଙ୍ଗ

ଶସ୍ତାରେ ହେଲାଣି ବିକା ।

ଫଗୁଣ ମାସର      ଲାଗୁନି ଆସର

ରାଧାଗୋବିନ୍ଦଙ୍କ ରାସେ,

ଏହି ଯୁଗରୀତି      ଭାଳି ଭାଳି ନିତି

ନିରାଶ ଗରଳେ ଭାସେ ।

ରାଜନୀତି ବୀଜ      ବଢାଏ ବଣିଜ

ସାରସ୍ୱତ ଶ୍ରେୟ ପାଇଁ,

ଉପହାର ମୋହେ  ମାତୃଭାଷା ଦ୍ରୋହେ

ଯାଆନ୍ତି ସକଳେ ଧାଇଁ ।

ପ୍ରସନ୍ନ କୁମାର ମାଦଳା


Rate this content
Log in