Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

2  

Hrushikesh Satpathy

Others

ବାପୁ, ପୂଜ୍ୟ ପରମ୍ପରା !

ବାପୁ, ପୂଜ୍ୟ ପରମ୍ପରା !

1 min
1.3K


ହେ ବାପୁ !

ବିବଶ ନ ଥିଲ ତୁମେ,

ବାସ୍ତବ,ବିକ୍ଷିପ୍ତ ଆଉ ବଳିଷ୍ଠ ଚରିତ୍ର !

ତୁମ ସତ୍ତା ଏବେ ବି ସମୃଦ୍ଧ,

ଏ ଦେଶରେ ଖାଲି ନୁହେଁ,

ସମଗ୍ର ବିଶ୍ୱରେ ।


ସଂଗ୍ରାମ ତୁମରି ଥିଲା,

ବର୍ବରତା, ନିଷ୍ଠୁରତା ଆଉ,

ଅନ୍ୟାୟ ଉପନିବେଶ ବିରୋଧରେ ।

ସିଏ ପୁଣି ଶାନ୍ତିର ସମର ।

ଅହିଂସାର ଅଲିଭା ଭାସ୍ବର ।

ଦ୍ବନ୍ଦ୍ୱର ଦୁନ୍ଧୁଭି ଦେଇ,

ଅଟଳ ଅପ୍ରତିଦ୍ବନ୍ଦୀ ଭାବେ,

ଗାଁ ରୁ ସହର,ସହର ରୁ ଗାଁ,

କ୍ଷେପିଥିଲା ତୁମରି ନିର୍ଲିପ୍ତ ବ୍ୟକିତ୍ୱ ।


ବିଶାଳ ହୃଦୟର ପ୍ରତୀକ ତୁମେ,

ହିମାଳୟ ପରି ନିଶ୍ଚଳ,ସୁଦୃଢ଼ ।

ବୁଦ୍ଧଙ୍କ ଭଳି ସଂଘ,ସନ୍ଥ ଆଉ,

ମାନବ ଧର୍ମର ଆବାହକ ଥିଲ ତୁମେ ।

ଶୈବତ୍ୱ,ଜୈନତ୍ୱ ଆଉ ବୁଦ୍ଧତ୍ୱର,

ତ୍ରିବେଣୀ ସଙ୍ଗମ,ତୁମ ବ୍ୟକ୍ତିତ୍ୱରେ ।


ତୁମେ ଚିନ୍ମୟ,

ତୁମେ ସମନ୍ୱୟ,

ପ୍ରାସଙ୍ଗିକତା ଆଉ,

ଅପ୍ରସଂଗୀକତା ର ।

ସକଳଙ୍କ ପାଇଁ ବାଛି ବାଛି

ଶୀକାର ହୋଇଥିଲ,

ଅବାଞ୍ଛାନିୟତା ର ।

ଜାତି,ଧର୍ମ,ବର୍ଣ୍ଣ, ସବୁର

ନାମ ଦେଇଥିଲ,"ମାନବିକତା" !


ବ୍ରହ୍ମଚର୍ଯ୍ୟ ର ବ୍ରତୀ,

ତୁମେ ବ୍ରହ୍ମଚIରୀ !

ନିଜ ଜନ୍ମ ଜାତକକୁ,

କରିଥିଲ ଲୋକାର୍ପଣ,

ଦେଶ ହାତେ,ଜାତି ହାତେ ।

ହେ ଦେଶ ଭକ୍ତ !

ଉଚ୍ଚ ନୀଚ,ଭେଦ ଭାବ ବିହୀନ,

ସର୍ବ ଧର୍ମ ସମନ୍ୱୟ,

ଥିଲା ତୁମ ପ୍ରାଣର ପ୍ରଣୟ ।

ସର୍ବାଗ୍ରେ,ସମୃଦ୍ଧ ସଂକଳ୍ପ ଥିଲା ତୁମ

ସମଗ୍ର ବିଶ୍ୱର ପାଇଁ !


ହେ ଦାର୍ଶନିକ !

ହେ ବିଶ୍ୱ ନାୟକ ! !

ହେ ଚିର ନମସ୍ୟ ! ! !

ଆତ୍ମ ତ୍ୟାଗ,ଆତ୍ମୋତ୍ସର୍ଗ,

ଆତ୍ମ ବଳିଦାନ,ସବୁ ଥିଲା,

ତୁମ ଅଙ୍ଗ ଅଳଙ୍କାର ।

ତୁମ ଲୋକାର୍ପଣ ଭାବ,

ହେଉ ଆମ ମନର ଗହଣା ।

ତୁମରି ଆଦର୍ଶ ହେଉ ଆମ,

ପୂଜ୍ୟ ପରମ୍ପରା ।


Rate this content
Log in