Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୪୨୭

ଜୀବନ ଗୀତା-୪୨୭

1 min
117


ଅବର୍ଣ୍ଣନୀୟ ଜୀବନରେ କେତେ

ରହିଥାଏ ଅସଙ୍ଗତି

ଉଜ୍ଜଳମୟ ଦିନର ସହିତ

ଝଡବର୍ଷା ଅମାରାତି ॥୦॥

ଶାନ୍ତିର କପୋତ ଉଡି ଯାଉଯାଉ

ହିଂସାର ଅନଳେ ଜଳେ

ଅହିଂସାର ବାର୍ତ୍ତା ପ୍ରଚାରି ଗାନ୍ଧିଜୀ

ହିଂସୁକ ଗୁଳିରେ ଟଳେ

ଅନ୍ୟାୟ ଅଧର୍ମ ପାଇଁ ଦେଶରେ

ନଷ୍ଟହୁଏ ସବୁ ଶାନ୍ତି ॥୧॥

ସମୁଦ୍ର ମନ୍ଥନୁ ଅମୃତ ସହିତ

ମିଳିଥିଲା ହଳାହଳ

ଶଙ୍କର ଶେଷକୁ ଗରଳ ଗିଳିଲେ

ପୃଥିବୀର ରକ୍ଷା ମୂଳ 

ଅସଙ୍ଗତିକୁ ଦୂର କରିବାକୁ

ଦେବତା ଲାଗି ପଡନ୍ତି ॥୨॥


Rate this content
Log in