Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

3  

Prasanta kumar Hota

Others

ଭାଳୁଛନ୍ତି ଗୋପୀବାଳେ

ଭାଳୁଛନ୍ତି ଗୋପୀବାଳେ

1 min
320


ମନ ହୁଏ ଖର ଧରିବାକୁ କର

ଧାଇଁ ପଳାଇବ କାଳେ

ଚୋର ବୋଲି ମୁଖ ଉଚ୍ଚାରି ପାରୁନି

ଭାଳୁଛନ୍ତି ଗୋପୀବାଳେ


ଧିରେ ଧାଇଁ କୃଷ୍ଣ କହନ୍ତି ଗୋପୀଙ୍କୁ

କରିନାହିଁ ମୁଁ ତ ଚୋରି

କୃଷ୍ଣ ପ୍ରେମ ରସ ଗୋପୀଙ୍କ ଅବଶ

ଦେଖୁଥାନ୍ତି ବଂଶୀଧାରୀ


ମୋହ ହେଲେ ଦୂର କହି ଧର ଧର

କହୁଥାନ୍ତି ବାନ୍ଧ କର

ଯଶୋଦାଙ୍କୁ ଦେଇ କହିବା କନ୍ଦେଇ

କେତେ ଧୁରନ୍ଦର ଛୁର


ପାଖେ ରାଧା ରାଇ ହେଉଥାନ୍ତି ବାଈ

ଭାବୁଥାନ୍ତି ମନେ ଧ୍ୟାୟୀ

କହିବେ କିପରି ଧରନା ମାରନା

ମୋ ପ୍ରାଣ ପାରୁନି ରହି


ଯେତେ ଯାଏ ବିତି ଗୋପୀଙ୍କ କିରତୀ

ହୃଦୟରେ ପ୍ରେମ ବୋହି

ଗୋପପୁରେ ଗୋପୀ ରହିକି ପାରିବେ

କୃଷ୍ଣ ନାମେ କଷ୍ଟ କହି


ଶ୍ରୀ ରାଧା ଶରଧା ନମାନଇ ବାଧା

କୃଷ୍ଣ ଠାରେ କରେ ପ୍ରେମ

ଚିତ୍ତ ରଖି ହେଲେ ହୃଦୟ ନିଷ୍କାମ

ରୋମେ ରୋମେ କୃଷ୍ଣ କୃଷ୍ଣ


ପ୍ରଶାନ୍ତ କୁମାର ହୋତା


Rate this content
Log in