ସମସ୍ତେ ଶୋଇଗଲା ପରେ
ସମସ୍ତେ ଶୋଇଗଲା ପରେ
ସମସ୍ତେ ଶୋଇଗଲା ପରେ
କାହିଁକି ଯେ ମୋ ନିଦ ଭାଙ୍ଗିଯାଏ
ସେଇ ଅମା ଅନ୍ଧକାର ରାତିର ନିଃସଙ୍ଗତା ଭିତରେ
ନିଝୁମ ରାତିର ଝିଙ୍କାରୀର ଝଙ୍କାର ସାଥିରେ
ମୋ ହୃଦୟର ସ୍ପନ୍ଦନ ମିଶିଗଲା ପରେ
କାହିଁକି ଯେ ମୁଁ ଖୋଲି ବସେ
ମୋ ଅତୀତ ସ୍ମୃତି ସବୁର
ଛାତତଳ ସାଇତା ମୋ ଜୀବନ ଗ୍ରନ୍ଥାବଳୀର ପ୍ରତିଟି ପୃଷ୍ଠା ସବୁ
ତା ପୁଣି ଗୋଟେ ପରେ ଗୋଟେ
ଆଉ ନିଜକୁ ହଜେଇ ଦେଇ ପୁଣି ଆବିଷ୍କାର କରେ
ସେଇ ଅଧଚିରା ପ୍ରତିଟି ଅତୀତ ପୃଷ୍ଠାରେ......
ସମସ୍ତେ ଶୋଇଗଲା ପରେ
କାହିଁକି ଯେ ମୁଁ ଚେଇଁ ରହେ
କିଛି ସମୟ ପାଇଁ ନିଜେ ମୁଁ ନିଜକୁ ତ ଭୁଲିଯାଏ
ଯେଉଁଠୁ ଆରମ୍ଭ କରେ ଶେଷରେ ପୁଣି ସେଇଠି ପହଞ୍ଚି ଯାଏ
ଠିକ କାନ୍ଥ ଘଣ୍ଟାର ପ୍ରତିଟି କଣ୍ଟା ପରି
ପ୍ରାଣ ହୀନ ନିର୍ଜୀବଟେ ସାଜି ସେମିତି ବସି ରହେ
ଘର କୋଣ ଚଉକି ଉପରେ
ଅତୀତ ସ୍ମୃତିର ପ୍ରତିଟି ଅଭୁଲା ସମୟ ତକକୁ ଭାବି ବସେ
ଆଉ ଆଜିବି ମୁଁ ସିକ୍ତ ହୋଇଉଠେ
ଅଶ୍ରୁ ଶ୍ରାବଣର ପତିଟି ଧାରେ ଧାରେ
ଅତୀତର ସ୍ମୃତି ଚରଣରେ......
ସମସ୍ତେ ଶୋଇଗଲା ପରେ
କାହିଁକି ଯେ ମୁଁ ହଜିଯାଏ
ସେଇ କଲେଜ ଜୀବନର ହାତଲେଖା ଡାଏରି ଭିତରେ
ମହମବତୀର କ୍ଷୀଣ ଆଲୁଅରେ ବି ପଢ଼ି ବସେ
ତାର ପ୍ରତିଟି ପୃଷ୍ଠାକୁ ଗୋଟେ ପରେ ଗୋଟେ
ଜାଣେନା କାହିଁକି ଯେ ଏତେ ଭଲ ଲାଗେ
ଝରକାର ମୃଦୁ ପବନର ସ୍ପର୍ଶ ସାଥିରେ
ସତେଜ ହୋଇଉଠେ ତୁମ ସହ ବିତା ପ୍ରତିଟି ଅନୁଭୂତି
ଆଉ ମୁଁ ହଜିଯାଏ ପୁଣି ଥରେ
ସେଇ ଅତୀତ ପୃଷ୍ଠା ରେ.....
ସମସ୍ତେ ଶୋଇଗଲା ପରେ.....
ବିକେଶ@