ମୁଁ ଗୋଟେ ଭିକ୍ଷୁବାଳା
ମୁଁ ଗୋଟେ ଭିକ୍ଷୁବାଳା
ନାହିଁ ମୋର ବାପା
ନାହିଁ ମୋର ମାଆ
ନାହିଁତ ନିଜର କେହି
ନିଜେ ନିଜ ପିତା
ନିଜେ ନିଜ ମାତା
ଠିକଣା ମୋ ଅଟେ ଏହି ।
ନାହିଁ ମୋର ଭାଇ
ନାହିଁ ମୋ ଭଉଣୀ
ଦୁନିଆ ପଥେ ମୁଁ ଏକା
କ୍ଷଣେ କ୍ଷଣେ ସହେ
ଘାତ ପ୍ରତିଘାତ
ଇଜ୍ଜତ ପଡଇ ଫିକା ।
ମାଆ ନାହିଁ ବୋଲି
ଶିଖି ନାହିଁ କିଛି
ଭୁଲର ସ୍ରଷ୍ଟା ମୁଁ ଅଟେ
ମରି ମରି ଆଜି
ବଞ୍ଚିବା ଶିଖୁଛି
ପ୍ରାଣ ନଥିଲେ ବି ଘଟେ ।
ଦିନ ଦ୍ୱିପ୍ରହରେ
ଶିରେ ଥାଇ ରବି
ପଥ ଦିଶେ ଝାପ୍ସା ଝାପ୍ସା
କାନ୍ଦିବା , ଭାବିବା
ଛାଡିଦେଲେ ମୋର
ନାହିଁ କିଛି ପରିଭାଷା ,
ମୁଁ ଗୋଟେ ଭିକ୍ଷୁବାଳା ।