ଖେଳରେ ଖୁସି
ଖେଳରେ ଖୁସି
1 min
364
ସୁନ୍ଦର ସୁସ୍ଥ ସ୍ଵାସ୍ଥ୍ୟଟି ପାଇଁ
ଖେଳଟି ହୁଏ ସଂହତି ନେଇ
ଶାନ୍ତି କାମନା କରି ।
ଖେଳାଳୀ ଭାଵ ହୃଦୟେ ଧରି
ଗାଁ ପଡିଆର ସାଥୀଙ୍କପରି
ରାଷ୍ଟ୍ରୀୟ ମେଳ ଏଠି ।।୧।।
ସମଗ୍ର ବସୁଧା ମୋ ପରିବାର
ଆମ ସମ୍ପର୍କ ଜାତି ରକ୍ତର
ଭେଦଭାଵକୁ ଛାଡ଼ି ।
ସରବେ ଖେଳି ସରବେ ବଢ଼ି
ଧରି ରଖିବା ରାଷ୍ଟ୍ର ପଗଡି
ସମୟ ଟିକେ କାଢି ।।୨।।
କ୍ରୀଡ଼ାଙ୍ଗନା ଏ ସାରାସଂସାର
ଖେଳଟି ଖେଳିବା ସଭିଏଁ ଚାଲ
ଭତ୍ରୁଭାଵକୁ ବହି ।
ଦର୍ଶକ ସାଜି ଖୁସି ବାଣ୍ଟିଲେ
ଖେଳୁଆଡଙ୍କ ମନ ମୋହିଲେ
ହସି ଉଠଇ ମହୀ ।।୩।।