Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

3  

Prasanta kumar Hota

Others

ପ୍ରେମିକ ମୁଁ ଅଧା ଅଧା

ପ୍ରେମିକ ମୁଁ ଅଧା ଅଧା

1 min
6.8K


ମନ କାହିଁ ବୁଝେ ନାହିଁ ଏଠି ସେଠି

ଲାଗେ ମୋତେ ଏକା ଏକା

ପ୍ରେମ ମୋର ବୁଝୁ ନାହିଁ କୋଉଠିବି

ପ୍ରେମିକ ମୁଁ ଅଧା ଅଧା ।

ଜୀବନଟା ମୋର ମରିଚୀକା ହେଲା

ପଥ ମୋ ମିଳିଲା ନାହିଁ

ଜୀବନ ସାଗରେ କିବା ବରଷିଲା

ତୃଷ୍ଣା ମୋ ମେଣ୍ଟିଲା ନାହିଁ ।

ଯାହା ପାଇଁ ମୋର ଥିଲା ରାତି ଦିନ

ଖଟୁଥିଲି ଦେଇ ଶ୍ରମ

ହେଲା ନାହିଁ ସିଏ ମୋର ଏବେ ଆଉ

ପ୍ରିୟତମା ପ୍ରିୟ ପ୍ରାଣ ।

ଏକାକି ଜୀବନ ବୃଥା ବଳିଦାନ

ହୃଦୟ ବୁଝିଲା ନାହିଁ

ପ୍ରେମର ସାଗରେ ଉବୁଟୁବୁ ହୋଇ

କୁଳକୁ ପାଇଲା ନାହିଁ ।

ଧନ ଗଲା ମାନ ଗଲା ସବୁ ଗଲା

ଦେଇଗଲା ଅଭିମାନ

ଦେଲା ନାହିଁ ପ୍ରେମ ହୃଦୟରେ ଟିକେ

ଦେଲାନାହିଁ ପ୍ରତିଦାନ ।

ମୋ ପ୍ରେମ ବରଷା ଦେଲା ନାହିଁ ଆଶା

ନିରାଶାରେ ପ୍ରେମ ଧୋକା

ପ୍ରେମର ପୀୟୂଷ ବୁଣି ପାରିଲିନି

ପ୍ରେମ କଲା ମୋତେ ବୋକା ।

ମନ କାହିଁ ବୁଝେ ନାହିଁ ମୋର ଆଉ

ଲାଗେ ମୋତେ ଏକା ଏକା

ପ୍ରେମ ମୋର ସୁଝୁ ନାହିଁ ପାଇବାକୁ

ପ୍ରେମିକ ମୁଁ ଅଧା ଅଧା ।

ପ୍ରଶାନ୍ତ କୁମାର ହୋତା


Rate this content
Log in