ଧୋକା
ଧୋକା
ଧୋକା
****
ମନ ପ୍ରାଣ ଦେଇ ଭଲ ପାଇଥିଲି ତତେ ଲୋ ମୋ ସୁନା ଗୋରୀ।
ଭୁଲିବି କେମନ୍ତେ ତୁମକୁ ମୁଁ ସତେ କହ ଥରେ ଆସି କରି।
ଭଲ ପାଉଥିଲ ହୃଦୟରୁ ତୁମେ କରିଥିଲ କେତେ ଶପଥ ।
ଭୁଲିବନି ବୋଲି କଥା ଦେଇଥିଲ ଭୁଲିଗଲ ଆଜି ତୁମେତ ।
ପ୍ରତି ମୂହୁର୍ତ୍ତରେ ମନେ ପଡ଼ୁଅଛି ତୁମର ପ୍ରତିଟି କଥା ।
ଅପାଶୋରା ସେହି କଥାମାନ ଭାଳି ଘୁରୁଛି ଆଜି ମୋ ମଥା।
ଆମ ଦୁହିଁଙ୍କର ପ୍ରେମ ଯେ ଅମର କହିଯାଇଥିଲ ଦିନେ ।
କେତେ ଯେ ଛଳନା ତୋ ପ୍ରେମରେ ଥିଲା ତାହା ମୁଁ ଭାବୁଛି ମନେ।
ନାହିଁ ବୋଲି ମୋର ପାଖେ ଦଉଳତ ନାହିଁ ବୋଲି ଗାଡି ଘର ।
ଧନୀ ପୁଅ ଦେଖି ଚାଲିଗଲୂ ତୁ ମୋତେ କରି ସାତ ପର ।
ବିଶ୍ବାସରେ ବିଷ ଦେଇ ଚାଲିଗଲୁ ଦେଲୁ ମୋତେ ମହା ଧୋକା ।
କେମିତି ଭୁଲିବି ଛଳନାକୁ ତୋର ପାଇଗଲି ମହା ଶିକ୍ଷା ।
ଦେଇ ନାହିଁ ତତେ ପ୍ରେମ ଛଡା କିଛି ଦେଇ ନାହିଁ ଉପହାର ।
ସେଥି ପାଇଁ ମୋତେ ପର କରି ଦେଲୁ ଭାବି ମୋତେ ତୁ କାଙ୍ଗାଳ ।
ସତ କହିବାକୁ ଅଟେ ମୁଁ ଦରିଦ୍ର ଛୋଟ ଘରର ମୁଁ ପୁଅ ।
କେମିତି ଗଢିବି ସମ୍ପର୍କ ତୋ ସାଥେ ତୁ ଯେ ରଜା ଘର ଝିଅ।
ପ୍ରେମ ଜାଣେ ନାହିଁ ଧନୀ କି ଗରିବ ନ ଚିହ୍ନଇ ଜାତି ଧର୍ମ ।
ପଦାଘାତ କଲୁ ମୋ ପ୍ରେମକୁ ତୁହି ସହିବନି ତତେ ଧର୍ମ ।
ପ୍ରେମ ପୂଝାରିଣୀ ନୁହେଁ ତୁ ଲୋ ଗୋରୀ ତୁ ଯେ ସମ୍ପତ୍ତିର ଦାସ ।
ଭଲ ହେଲା ଆଜି ମୁକ୍ତି ମୁଁ ପାଇଲି ଖୋଲିଲା ତୋ ପ୍ରେମ ଫାସ।
ତଥାପି ଖାଇଲି ଜୀବନରେ ଧୋକା ଚିହ୍ନି ପାରିଲିନି ତତେ।
ଅନନ୍ତ କୋଟି ପ୍ରଣାମ କରୁଛି ତୋ ଛଳନା ପ୍ରେମ କୁ ସତେ ।
******