ଘର ନୁହେଁ ସେତ ସରଗପୁର
ଘର ନୁହେଁ ସେତ ସରଗପୁର
ମନମନ୍ଦିରରେ କରିବା ଘର
ଘର ନୁହେଁ ହେଵ ସରଗପୁର
ସଂପର୍କ ହୋଇବ କେଡେ ମଧୁର
ତାହା ଅଟେ ସ୍ନେହ ମମତାର
ସ୍ନେହ ଡୋରିରେ ବାନ୍ଧି ହେଇବା
ଘରର ମାନମର୍ଯ୍ୟଦା ରକ୍ଷାକରିବା
ପରଷ୍ପର ମଧ୍ୟରେ ମିଳିମିଶି ଚଳିବା
ଆମ ଏକତା ଆମେ ରକ୍ଷା କରିବା
ଠାକୁର ରୂପେ ସେଠି ପାଇବେ ପୂଜା
ବାପା ଆଉ ମାଆ ଆମର
ପିତାମାତାହିଁ ଆମର ପରମେଶ୍ବର
ସେ ପରା ଆମର ଚଳନ୍ତି ଠାକୁର
ନିତି ସୁମରି ତାଙ୍କୁ ମନରେ ଆଣି
ପ୍ରଣାମ କରିବା ଦୁଇ ହସ୍ତ ଘେନି
ଭକ୍ତିଭାବ କିଛି ଗୁରୁଜନ ପାଇଁ
ସେବା କରୁଥିବା ତାଙ୍କ ମନ ଚିହ୍ନିଁ
ଧରିବାନି କେହି ମାନ ଅଭିମାନ
ଗୁରୁଜନମାନଙ୍କୁ ଦେବା ସମ୍ନାନ
ବାପା ମାଆ ଆମର ଅମୂଲ୍ୟ ରତ୍ନ
ତାଙ୍କ ବିନା ଆମ ଜୀବନ ଶୂନ୍ୟ
ବାତ୍ସଲ୍ୟ ମମତାରେ କରନ୍ତି ଆଦର
ତାଙ୍କ ଵିନା ସେ ଘର ଲାଗେ ଅନ୍ଧାର
ସେମାନେ ସାକ୍ଷାତ ଦେଵତା ତୁଲ୍ୟ
ବୁଝିଵା ତାଙ୍କ ସ୍ନେହ ମମତାର ମୂଲ
ଯଶକିତ୍ତି ଏବଂ ମାନ ସମ୍ନାନ ପାଇବା
ତାଙ୍କୁ ସର୍ବଦା ମନରେ ଭକ୍ତି କରିବା
ସ୍ନେହ,ଶ୍ରଦ୍ଧା,ପ୍ରେମ,ବିଶ୍ବାସ ରଖି
ହସ ଖୁସିରେ ଦିନ କାଟିବା ଏଠି
ସେ ଘର ସର୍ବଦା ହସି ଉଠିବ
ବୈକୁଣ୍ଠପୁର ସମାନ ପାଲଟିଯିବ
ହୁରିପଡ଼ିବ ସେତ ଜଗତ ସାରା
କେଡେ ମହାନ ସେ ଘର ପରା
ଡକ୍ଟର ଝରଣା ଶତପଥୀ
ଭୁବନେଶ୍ବର